୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମା ଜିଲତଲାର ଅବନ୍ତୀପୋରା ସହରରେ ଏନକାଉଂଟରରେ ୨ ଜଣ ଆତଙ୍କବାଦୀ ଓ ତାଙ୍କର ଜଣେ ସହଯୋଗୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି।

ଭାରତୀୟ ସେନାବାହିନୀ କୁମାୟୁଁ ରେଜିମେଣ୍ଟ୍‌ର ୫୦ ରାଷ୍ଟ୍ରୀୟ ରାଇଫଲ୍ସ, ସିଆର୍‌ପିଏଫ୍‌ର ୧୩୦ ବାଟାଲିୟନ୍ ଏବଂ ଜମ୍ମୁ ଓ କଶ୍ମୀର ପୋଲିସର ମିଳିତ ବଳ ଅବନ୍ତୀପୋରାର ଗୋରିପୋରା ଅଂଚଳରେ ପାହାନ୍ତା ପୂର୍ବରୁ କର୍ଡନ୍ ଓ ସର୍ଚ ଅଭିଯାନ ଆରମ୍ଭ କରିଥିଲା। ସେଠାରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲା।

ତଲାସକାରୀ ବଳଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ତଲାସକାରୀ ବଳ ପାଲଟା ଗୁଳିଚଳାଇବାରୁ ତାହା ଏନ୍‌କାଉଂଟର୍‌ର ସୂତ୍ରପାତ ହୋଇଥିଲା।