ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିଆନରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି।
ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ହୋଇଥିବା ଏହି ଏନକାଉଂଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୋମବାର କହିଛି। ଏନକାଉଂଟର ଜାରି ରହିଛି ଓ ସେନା ସମ୍ପୂର୍ଣ୍ଣ ଇଲାକାକୁ ଘେରି ରହିଥିବା କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି ।