‘ପି ସେ ପ୍ୟାର, ଏଫ ସେ ଫରାର୍’ ଟ୍ରେଲର ରିଲିଜ

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଫେରିବାକୁ ଯାଉଛନ୍ତି ଅଭିନେତା ଜିମି ସେରଗିଲ । ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ତାଙ୍କର ଆଗାମୀ ଭେଞ୍ଚର ଫିଲ୍ମ ‘ପି ସେ ପ୍ୟାର, ଏଫ ସେ ଫରାର୍’ । ଯାହାର ଜବରଦସ୍ତ ଟ୍ରେଲର ଆଜି...

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଫେରିବାକୁ ଯାଉଛନ୍ତି ଅଭିନେତା ଜିମି ସେରଗିଲ । ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ତାଙ୍କର ଆଗାମୀ ଭେଞ୍ଚର ଫିଲ୍ମ ‘ପି ସେ ପ୍ୟାର, ଏଫ ସେ ଫରାର୍’ । ଯାହାର ଜବରଦସ୍ତ ଟ୍ରେଲର ଆଜି ରିଲିଜ ହୋଇଛି । ଏହି ଫିଲ୍ମର କାହାଣୀ ସାମାଜିକ ପ୍ରସଙ୍ଗକୁ ନେଇ ଆଧାରିତ । ଯେଉଁଥିରେ ଅନର କିଲିଂ ଭଳି ଘଟଣା ଦେଖିବାକୁ ମିଳିଛି।

‘ପି ସେ ପ୍ୟାର, ଏଫ ସେ ଫରାର’ ର ମେକର୍ସ ଅନଲାଇନ ଟ୍ରେଲରକୁ ରିଲିଜ କରିଛନ୍ତି । ଫିଲ୍ମରେ ଇଣ୍ଟରକାଷ୍ଟ ମ୍ୟାରେଜ ପ୍ରସଙ୍ଗରେ କିପରି ପିତାମାତା ନିଜ ସନ୍ତାନଙ୍କ ହତ୍ୟା କରୁଛନ୍ତି ତାହା ନେଇ କାହାଣୀ ପର୍ଯ୍ୟବେସିତ।

ଟ୍ରେଲର ରିଲିଜ ଅବସରରେ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଟ୍ରେଲରର ଲିଙ୍କ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଜିମିଙ୍କ ସହ ଫିଲ୍ମରେ କୁମୁଦ ମିଶ୍ରା, ସଞ୍ଜୟ ମିଶ୍ରା, ଗିରିଶ କୁଲକର୍ଣ୍ଣୀ, ଜାକିର ହୁସେନ, ଜ୍ୟୋତି ଯାଦବ, ନେହା ଯୋଶୀ, ବିଜେନ୍ଦ୍ର କଲା, ଆସିଫ ବସରା, ପଙ୍କଜ ଝା, ସୀମା ଆଜମି ଭଳି କଳାକାର ନଜର ଆସିଛନ୍ତି।

ପ୍ରକାଶ ଥାଉକି ‘ପି ସେ ପ୍ୟାର, ଏଫ ସେ ଫରାର୍’ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ମନୋଜ ତିୱାରୀ । ସେହିପରି ପ୍ରଯୋଜନା କରିଛି ଓକେ ମୁଭିଜ। ଅକ୍ଟୋବର ୧୮ରେ ଫିଲ୍ମକୁ ରିଲିଜ କରିବାର ଯୋଜନା ରଖିଛନ୍ତି ମେକର୍ସ।

Spread the love
Categories
ମନୋରଞ୍ଜନ

RELATED BY