ଝିଙ୍କ ଝିଙ୍କି ନେଲା ଜୀବନ

ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ ଜୀବନ ହାରିଲେ ଯୁବକ ମାଲକାନାଗିରିରି : ମାଲକାନଗିରିରେ ଏକ ଅଘଟଣ ଘଟିଛି । ଗାଁ ପାଖ ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଅସୁସ୍ଥ...

ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ ଜୀବନ ହାରିଲେ ଯୁବକ

ମାଲକାନାଗିରିରି : ମାଲକାନଗିରିରେ ଏକ ଅଘଟଣ ଘଟିଛି । ଗାଁ ପାଖ ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

ମାଲକାନଗିରି ଜିଲ୍ଲା ଝରାପାଲି ଗାଁର ପାଞ୍ଚ ଜଣ ଯୁବକ ପାଖ ପହାଡ଼ ଉପରେ ଥିବା ଗୁମ୍ଫାକୁ  ଝିଙ୍କ ଶିକାର କରିବାକୁ ଯାଇଥିଲେ । ଗୋଟିଏ ଗୁମ୍ଫାରେ ଝିଙ୍କ ଥିବା ଭାବି ଯୁବକମାନେ ଧୂଆଁ ଦେଇଥିଲେ । କିନ୍ତୁ ସେହି ଗୁମ୍ଫା ଭିତରୁ ଗୋଟିଏ ମଧ୍ୟ ଝିଙ୍କ ପାଇନଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ସେହି ଗୁମ୍ଫାରେ ଝିଙ୍କର ଉପସ୍ଥିତି ଜାଣିବା ପାଇଁ ରାମଚନ୍ଦ୍ର ମାଢି ଓ ସିଙ୍ଗା ମାଢି ଗୁମ୍ଫା ଭିତରକୁ ପଶିଥିଲେ । ଗୁମ୍ଫାରୁ ଯୁବକ ଦୁଇଜଣ ବାହାରିବାରେ ବିଳମ୍ବ ହେବାରୁ ଅନ୍ୟସାଙ୍ଗମାନେ ଗୁମ୍ଫା ଭିତରକୁ ଯାଇ ଦେଖିଥିଲେ । ସେଠାରେ ରାମଚନ୍ଦ୍ର ମାଢିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଯୁବକ ସିଙ୍ଗା ମାଢି ଚେତା ହରାଇ ପଡ଼ିଥିବା ଦେଖିଥିଲେ । ପରେ ଯୁବକମାନେ ରାମଚନ୍ଦ୍ରଙ୍କ ମୃତ୍ୟୁ ଖବର ଜଣାଇବା ସହ ସିଙ୍ଗାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି ।

Spread the love
Categories
କ୍ରାଇମ

RELATED BY