ଭୁବନେଶ୍ୱର: ବାହାଘର ପରେ ପ୍ରଥମ କରି ଓଲିଉଡ ଅଭିନେତ୍ରୀ ସ୍ୱାମୀ ପ୍ରୀତିରଞ୍ଜନ ଘଡାଇ ଅର୍ଥାତ୍ ଡାନିଙ୍କ ସହ ଭୁବନେଶ୍ୱରସ୍ଥିତ ଏକ ଅନାଥ ଆଶ୍ରମରେ ପହଂଚିଥିଲେ । ସେଠାରେ ପହଂଚି ଉଭୟ ନିଜ ବାହାଘରର ଖୁସି ସେଲିବ୍ରେସନ କରିଥିଲେ ।
ଡୁମଡୁମା ସ୍ଥିତ ପ୍ରତିଭା ଆଶ୍ରମରେ ଅଭିନେତ୍ରୀ ଝିଲିକ୍ ଓ ଡାନି ପହଂଚି ସେଠାରେ ପିଲାଙ୍କ ସହ ଖୁସି ବାଂଟିଥିଲେ । ଅନାଥ ଆଶ୍ରମର ୩୫ଜଣ ପିଲାଙ୍କ ସହ ବହୁ ହସ ଖୁସିରେ ସମୟ କାଟିଥିଲେ । ଭଲ ଘର, ଭଣ ସ୍ୱାମୀ ଓ ବାପାଙ୍କ ପରି ଶ୍ୱଶୁର ପାଇଁ ସେ ବେଶ୍ ଖୁସି ଅନୁଭବ କରୁଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।