ସୁସଂଗଠକ,ଶିକ୍ଷାବିତ ତଥା ରାଜନେତା ଚିରଞ୍ଜିଲାଲ ଅଗ୍ରୱାଲଙ୍କ ପରଲୋକ

ଝାରସୁଗୁଡା: ବେଲପାହାଡ ର ଜଣେ ସୁସଂଗଠକ ତଥା ଶିକ୍ଷା ର ପ୍ରସାର କରୁଥିବା ଚିରଞ୍ଜିଲାଲ ଅଗ୍ରୱାଲ ଙ୍କ ଆଜି ୭୦ ବର୍ଷ ବୟସ ରେ ମୃତ୍ୟୁ ହୋଇଛି I ସେ ସମ୍ବଲପୁର ର ଏକ ଘରୋଇ ନର୍ସିଙ୍ଗ ହୋମ ରେ ଚିକିତ୍ସାଧିନ ଥିଲେ l ତାଙ୍କ ମୃତ୍ୟୁ ର ଖବର ଶୁଣି ସମସ୍ତ ମହଲା ରେ ଶୋକ ର ଛାୟା ଖେଳିଯାଇଛି l ସେ ଏକାଧାର ରେ ଜଣେ ଶିକ୍ଷାବିତ, ପରୋପକାରୀ ଏବଂ ଜଣେ ବିଖ୍ୟାତ ରାଜନେତା ଥିଲେ I ଚିରଞ୍ଜିଲାଲ ୧୯୭୫ ମସିହା ରେ ସମାଡା ପଞ୍ଚାୟତ ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ l ୧୯୭୭ ମସିହା ରେ କଂଗ୍ରେସ ରୁ ଟିକେଟ ନ ମିଳି ଥିବାରୁ ସେ ଦଳ ଛାଡି ସ୍ୱାଧୀନ ଭାବରେ ବ୍ରଜରାଜନଗର ରୁ ନିର୍ବାଚନ ଲଢ଼ିଥିଲେ l ନିର୍ବାଚନ ରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଉପେନ୍ଦ୍ର ଦୀକ୍ଷିତ ଙ୍କ ଠାରୁ ୧୧୦୦ଭୋଟ ରେ ହାରି ଦ୍ଵିତୀୟ ସ୍ଥାନ ରେ ଥିଲେ l ଚିରଞ୍ଜିଲାଲ ୧୯୮୫ ମସିହା ଯାଏଁ ବେଲପାହାଡ ସ୍ଥିତ ଟିଆରଏଲ ରେ ଶ୍ରମିକ ନେତା ଭାବରେ କାର୍ଯ୍ୟ କରିଥିଲେ l ସେ ନିୟମିତ ଭାବରେ ଶ୍ରମିକ ଙ୍କ ପାଇଁ ବିପ୍ଳବ କରୁ ଥିବାରୁ ତାଙ୍କ ପୁଅ ଙ୍କ ନାଁ ମଧ୍ୟ ବିପ୍ଳବ ରଖିଥିଲେ l ପରେ ସେ ରାଜନୀତି ରୁ ସନ୍ୟାସ ନେଇ ଶିକ୍ଷା ର କେମିତି ପ୍ରସାର ହୋଇପାରିବ, ତା ପ୍ରତି ବହୁତ ଉଦ୍ୟମ କରିଥିଲେ l ୧୯୮୫ ମସିହା ରେ ବେଲପାହାଡ କଲେଜ ର ପ୍ରତିଷ୍ଠାତା ସମ୍ପାଦକ ଥିଲା ବେଲେ ପରେ ୧୯୯୭ ମସିହା ରେ ବିବେକାନନ୍ଦ ଇଣ୍ଟରନେଶନାଲ ସ୍କୁଲ ପ୍ରତିଷ୍ଠାତା ସମ୍ପାଦକ ଭାବରେ ଆଜୀବନ କାର୍ଯ୍ୟରତ ଥିଲେ l