ଝାରସୁଗୁଡ଼ାରୁ ଦିଲ୍ଲୀକୁ ବିମାନ ଉଡ଼ିଲା

ଝାରସୁଗୁଡ଼ା: ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ପ୍ରତି ସୋମବାର ଝାରସୁଗୁଡ଼ା- ଦିଲ୍ଲୀ ବିମାନ ସେବାକୁ ବନ୍ଦ ରଖାଯାଇଥିଲା। ତେବେ ଗତ ୭ ତାରିଖ ସୋମବାରଠାରୁ ପୁଣି ବିମାନ ସେବା ଆରମ୍ଭ ହୋଇଥିବା ଜଣାଯାଇଛି। ଆସନ୍ତା ୨୭ ତାରିଖଠାରୁ ଝାରସୁଗୁଡ଼ା- ଦିଲ୍ଲୀ-ଝାରସୁଗୁଡ଼ା ବିମାନର ସମୟରେ ପରିବର୍ତ୍ତନ କରାଯାଉଥିବା ଜଣାଯାଇଛି। ୨୭ରୁ ଦିଲ୍ଲୀରୁ ( ଏସ୍‌ଜି ୮୯୬୮) ବିମାନ ଅପରାହ୍‌ଣ ୧ ଘଣ୍ଟା ୫ ମିନିଟ୍‌ରେ ଛାଡ଼ି ଝାରସୁଗୁଡ଼ାରେ ଅପରାହ୍‌ଣ ୩ ଟାରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ (ଏସ୍‌ଜି ୮୯୬୯) ବିମାନ ଅପରାହ୍‌ଣ ୩ ଟା ୩୦ରେ ଛାଡ଼ି ଦିଲ୍ଲୀରେ ୫ ଟା ୨୫ରେ ପହଞ୍ଚିବ ବୋଲି ଜଣାଯାଇଛି।