ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କରୋନା ସଂକ୍ରମିତ ଫେରାର

ଝାରସୁଗୁଡା: କୋଭିଡ ଡାକ୍ତରଖାନା ଯିବା ପାଇଁ  ୯ ଘଣ୍ଟା ଅପେକ୍ଷା କଲେ,କେହି ନ ଆସିବାରୁ ଫେରାର ମାରିଲେ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ।

ଝାରସୁଗୁଡା ଜିଲ୍ଲା କୋରୋନା ପରିଚାଳନା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସାଢେ ସାତଟା ବେଳକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛପାଖରେ ଥିବା ସ୍ୱାବ କଲେକ୍ସନ ସେଣ୍ଟରରୁ ଜଣେ କୋରୋନା ସଂକ୍ରମିତ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ତାକୁ ଠାବ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନକେଦମ ହୋଇ ପଡିଛି ।  ପୁଲିସ ଓ ମାଜିଷ୍ଟ୍ରେଟ ଙ୍କୁ ସୂଚନା ଦେଇ ଖୋଜା ଖୋଜି ଚଳାଇଛି ।

ସୂଚନା ଅନୁସାରେ ,ଆଜି ସକାଳ ୧୦ଟା ବେଳକୁ  କେତେକ ଜ୍ଵର କାଶ ଲକ୍ଷଣ ଥିବା କେତେକ ପୁରୁଷ ଓ ମହିଳା ଙ୍କୁ ସ୍ୱାବ ପରୀକ୍ଷା ପାଇଁ କୁହ ଯାଇଥିଲା । ସମସ୍ତେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଥିଲେ । କୌଣସି ଲକ୍ଷଣ ନଥିବା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିବା କେତେକ ଲୋକ ସ୍ୱତଃ ସ୍ୱାବ ପରୀକ୍ଷା ପାଇଁ ଆସିଥିଲେ । ନମୁନା ଯାଞ୍ଚ ପରେ ଜଣେ ମହିଳା ଓ ୪ ଜଣ ପୁରୁଷ  ମୋଟ  ୫ ଜଣ  ସଂକ୍ରମିତ ହୋଇଥିବା ଜଣାପଡି ଥିଲା । ସମସ୍ତ ୫ ଜଣଙ୍କୁ କୋଭିଡ ଡାକ୍ତରଖାନା ରେ ଭର୍ତ୍ତି କରାଯିବ ବୋଲି କୁହାଯାଇ ଥିଲା  ଓ ଅପେକ୍ଷା କରିବାକୁ କୁହାଯାଇଥିଲା । ମାତ୍ର ରାତ୍ରି ୮ ଟା ପର୍ଯ୍ୟନ୍ତ ତାଙ୍କୁ  ନିଆଯାଇ ନ ଥିଲା । ସମସ୍ତେ  ସ୍ୱାବ କଲେକ୍ସନ ସେଣ୍ଟର ବାହାରେ ଭୋକ ଉପାସରେ ବସି ରହିଥିଲେ । ବାରମ୍ବାର ଅନୁରୋଧ ସତ୍ତ୍ୱେ  ସେମାନଙ୍କ କଥା କେହି ଶୁଣି ନଥିଲେ କି ତାଙ୍କୁ  କୋଭିଡ ଡାକ୍ତରଖାନା ନିଅ ଯାଇ ନଥିଲା । ସମସ୍ତେ ଭୋକ ଓପାସ ରେ ସେଠାରେ ଖରାରେ ପଡି ରହିଥିଲେ । ଶୌଚ ପାଇଁ ମଧ୍ୟ  କୈ।ଣସି ବ୍ୟବସ୍ଥା ନ ଥିଲା ।  ସଂକ୍ରମିତ ହୋଇ ଥିବାରୁ ସେମାନେ ଖରାରୁ ରକ୍ଷା ପାଇଁ  ଡାକ୍ତରଖାନା ଭିତରକୁ ମଧ୍ୟ ଯାଇ ପାରୁ ନଥିଲେ ।  ୪ ଜଣ ପୁରୁଷ ସମେତ ଜଣେ ବୟସ୍କ ମହିଳାଙ୍କୁ  ଶୌଚ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । କୌଣସି ଆମ୍ବୁଲାନ୍ସ  ନ ଆସିବାରୁ ଶେଷରେ ଜଣେ ସଂକ୍ରମିତ ଅପରାହ୍ନ ୭ ଟା ବେଳକୁ କେଉଁଆଡେ ପଳାଇ ଯାଇଥିଲେ । ସକାଳ୧୦ଟାରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଦୀର୍ଘ ୯ ଘଣ୍ଟା କାଳ ଅପେକ୍ଷା କରିବା ପରେ ଯୁବକ ଜଣକ ଫେରାର ହୋଇଯାଇଥିଲେ  ।

ଅନ୍ୟମାନେ ସମସ୍ତଙ୍କୁ ଏହି ସୂଚନା ଦେଇଥିଲେ ।  ମାତ୍ର ସମସ୍ତେ ନିରବ ରହିଥଲେ ।  ଜଣେ ସଂକ୍ରମିତ ଫେରାର ହେବା ଘଟଣା ଅତି ସମ୍ବେଦନଶୀଳ ଘଟଣା । ତଥାପି  ଏଦିଗରେ କେହି ହେଲେ ତତ୍ପରତା ପ୍ରକାଶ କରିିି ନଥିଲେ ।  ସଂଧ୍ୟା ୭ଟା୩୦ ବେଳକୁ ଆମ୍ବୁଲାନ୍ସ ଆସିଲା ବେଳକୁ ମାତ୍ର ୪ ଜଣ ଥିଲେ । ସେଠାରେ ଥିବା ୪ ଜଣଙ୍କୁ ଝାରସୁଗୁଡ଼ା କୋଭିଡ ଡାକ୍ତରଖାନା କୁ ନେଇଯାଇଥିଲା । ଏହି ଘଟଣାକୁ ନେଇ  ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।