ଝାରସୁଗୁଡ଼ା ସହରରେ ୧୭ ଜଣ ଯୁଆଡି ଗିରଫ, ୧ ଲକ୍ଷ ୮୧ ହଜାର ଟଙ୍କା ଓ ଗାଡି ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ସହରାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ପୁଲିସ ଏକ ବଡ ଧରଣର  ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା ।ସହରାଞ୍ଚଳ ର  କାଳୀ ମନ୍ଦିର ରୋଡ଼ ରେ ଥିବା ବିଜେଡି କାର୍ଯ୍ୟଳୟ ପାଖରେ ବିକାଶ ଜୟସ୍ୱାଲ ନାମକ କପଡା ବ୍ୟବସାୟୀ ଘରେ ଚଢ଼ଉ କରିଥିଲା ।  ଘର ଭିତରେ ବ୍ରଜରାଜନଗର ନଗର ଅଞ୍ଚଳର କୁଖ୍ୟାତ ଜୁଆଡି ସଞ୍ଜୟ ସିଂ ବିକାଶ ଜୟଶ୍ୱାଳ ସମେତ ମୋଟ ୧୭ ଜଣ ଯୁଆଡ଼ି ଜୁଆ ଖେଳୁଥିବା ଦେଖାଯାଇଥିଲା ।  ପୁଲିସ ସମସ୍ତ ଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ଜୁଆରେ ବ୍ୟବହାର କରାଯାଉଥିବା ତାସ, ନଗଦ ୧ ଲକ୍ଷ  ୮୧ ଜବତ କରିଥିଲା । ସେମାନଙ୍କ ଠାରୁ୧୬ ଟି ମୋବାଇଲ, ଗୋଟିଏ କାର , ୬ ଟି ମଟର ସାଇକେଲ, ଗୁଡିକୁ ମଧ୍ୟ ପୁଲିସ ଜବତ କରିଛି ।

ସମସ୍ତଙ୍କୁ  ଗିରଫ କରାଯାଇ ଝାରସୁଗୁଡା ଟାଉନ ଥାନାରେ  ରଖା ଯିବା ପରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଝାରସୁଗୁଡ଼ା ଏସପି ରାହୁଲ ପି.ଆର  ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।ଏଥି ସହ ଗିରଫ ସଂଜୟ ସିଂ ଜଣେ ଭେଟେରାନ ଅପରାଧୀ ବୋଲି ପୋଲିସ କହିଛି।ସଞ୍ଜୟ ବ୍ରଜରାଜନଗର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚଳାଇ ଆସୁଥିଲା।