କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଓ କୋଭିଡ ଲଢେ଼ଇ ଲାଗି ଶପଥ ପାଠ

ଝାରସୁଗୁଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସଂଧ୍ୟାରେ ଝାରସୁଗୁଡା ଜିଲ୍ଲାରେ ଜନସାଧାରଣ କୋଭିଡ ଯୋଦ୍ଧାଙ୍କ ମ୍ରୁତ୍ୟୁକୁ ସ୍ମରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ |

jharsuguda news

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ,ଜିଲ୍ଲା ଏସପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ,ସହର ବିଜେଡି ପକ୍ଷରୁ ଝଣ୍ଡାଛକ ଠାରେ,ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶପଥପତ୍ର ପାଠ କରାଯାଇଥିଲା |

jharsuguda news

ଏଥିରେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ,ବିଗ୍ ବଜାର କର୍ମଚାରୀ ଓ ଗ୍ରାହକଙ୍କ ସହ ସଂଧ୍ୟା 6ଟା ସମୟରେ ଯିଏ ଯେଉଁଠି ଥିଲେ ସେହି ସ୍ଥାନରେ ସେମାନେ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ |

jharsuguda news

ଏଥିସହ ଝାରସୁଗୁଡା ଏସଡିପିଓ ଏବଂ କୋଭିଡ ମାଜିଷ୍ଟ୍ରେଟଙ୍କ ନେତ୍ରୁତ୍ୱରେ ପୋଲିସ ବାହିନୀ ଝାରସୁଗୁଡା ସହରରେ ଫ୍ଲାଗ୍ ମାର୍ଚ୍ଚ କରି ସମସ୍ତ ଦୋକାନି ଓ ଗ୍ରାହକଙ୍କୁ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇ ସଚେତନ କରିବାକୁ ଚେଷ୍ଟା କରିଥିଲେ |