ଭାଇର ମୃତ୍ୟୁପରେ ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମରେ ମା’ ଓ ସାନ ଝିଅଙ୍କର ମୃତ୍ୟୁ

ଝାରସୁଗୁଡ଼ା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଦୁଇଜଣ ହେଲେ ପିଙ୍କି ବିଶ୍ୱାଳ ଓ ପୁଷ୍ପାବତୀ ବିଶ୍ୱାଳ। ଏମାନଙ୍କ ଭିତରୁ ପିଙ୍କିଙ୍କର ଗତକାଲି ରାତିରେ ଓ ପୁଷ୍ପାବତୀଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି।

ପୂର୍ବରୁ ଗତକାଲି ଶ୍ରୀକାନ୍ତ ବିଶ୍ୱାଳଙ୍କର ବି ମୃତ୍ୟୁ ଘଟିଥିଲା। ସେ ପରିବାରର ବଡ଼ ଭାଇ ବୋଲି ଜଣାପଡ଼ିଛି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ସାନ ଭାଇ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡ଼ି ପରିବାରର ସଦସ୍ୟ ମା ପୁଷ୍ପବତୀ, ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।