ବିଜେଡି ପକ୍ଷରୁ ବର୍ଷା ଯୋଗୁ କ୍ଷୟକ୍ଷତି ହୋଇ ଥିବା ଘରମାନଙ୍କୁ ତାର୍ପୋଲିନ ବଣ୍ଟନ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ନବ କିଶୋର ଦାଶଙ୍କୁ ଧନ୍ୟବାଦ ଜଣାଇଲେ ଝାରସୁଗୁଡ଼ା ବାସୀ

ଝାରସୁଗୁଡ଼ା: ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ୨୪ଟି ୱାର୍ଡ ରେ ପ୍ରାୟ ୭୦୦ ମାଟିଘର ଭାଙ୍ଗି ଯାଇଛି , ଉକ୍ତ ବିଷୟକୁ ମାନ୍ୟବର ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ନବ କିଶୋର ଦାଶଙ୍କ ଦୃଷ୍ଟି ଗୋଚର ହେବାରୁ ମାନ୍ୟବର ମନ୍ତ୍ରୀ ବିଜୁ ଜନତା ଦଳର ନେତା ଓ କର୍ମୀ ମାନଙ୍କୁ ପ୍ରତ୍ୟକ ୱାର୍ଡ ରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ତତ୍ ଅନୁସାରେ ତତ୍ପରତା ର ସହିତ ଏହାର ଅସ୍ଥାୟୀ ସମାଧାନ ପାଇଁ ବିଜେଡି ନେତା ଓ କର୍ମୀଙ୍କ ଦ୍ଵାରା ସମସ୍ତ କ୍ଷୟକ୍ଷତି ହୋଇ ଥିବା ଘରମାନଙ୍କୁ ତାର୍ପୋଲିନ ଯୋଗାଇ ଦିଆଯାଇଛି l

ଏଣୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାଶଙ୍କୁ ଝାରସୁଗୁଡ଼ା ବାସୀଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ତାଙ୍କ ତରଫରୁ ଯାହା ସୁବିଧା ଯୋଗାଇ ଦିଆଯାଇ ପାରିବ ତାହା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l

ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ତାପସ ରାୟ ଚୌଧୁରୀ , ଶ୍ରୀ ସନ୍ଦୀପ ଅଵସ୍ତୀ , ରାଜୁ ପାଣିଗ୍ରାହୀ, ପିଣ୍ଟୁ ପାଢୀ , ଗୋବିନ୍ଦ ସିଙ୍ଘାଣିଆ,ପ୍ରତାପ ନନ୍ଦ, ମଦନ ହାତୀ,ପବନ ସିଂ ଯାଦବ, ରୋବିନ ପାଣ୍ଡେ,ତୁଳସୀ ଦାସ,ନାସିର ଭାଇ,ରଘୁ ପଟେଲ,ମନୋରଞ୍ଜନ ମହାପାତ୍ର, ଅଶୋକ ଦାସ,ପ୍ରଶାନ୍ତ ଜେନା,ଅରବିନ୍ଦ ବାରିକ , ଶଶୀଭୂଷଣ ତୀଵରୀ , ସୁବାସ ସେଠ, ଲୋକନାଥ ଦାଶ , ମନୋଜ ଦୋରା , ଭରତ ରାଉତ , ରାଜୁ ଗୁପ୍ତା , କ୍ଷେତ୍ରମଣି ସାହୁ , ପ୍ରେମାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ତିତ ଥିଲେ l