ଅକ୍ଟୋବରରୁ ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ଉଡିବ ବିମାନ

ଝାରସୁଗୁଡା : ମୁମ୍ବାଇ ଏବଂ ବାଙ୍ଗାଲୋର ସହ ଖୁବ ଶିଘ୍ର ସିଧା ଯୋଡିହେବ ପଶ୍ଚିମ ଓଡିଶା । ଖୁବଶିଘ୍ର ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ଉଡିବ ବିମାନ । ଆସନ୍ତା ଅକ୍ଟୋବର ୨୫ ପରେ ବିମାନ ସେବା ଆରମ୍ଭ ହେବ । ଆସନ୍ତା ଶୀତଋତୁରେ ବ୍ୟବସାୟିକ ରାଜଧାନୀ ମୁମ୍ବାଇ ଏବଂ ବାଙ୍ଗାଲୋର ସହିତ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ହେଲେ ଅଞ୍ଚଳବାସୀ ଅଧିକ ଲାଭବାନ ହେବେ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

ସ୍ପାଇସଜେଟ ଓ ଆଲାଇନ୍ସ ଏୟାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦିଲ୍ଲୀ, କୋଲକତା, ଭୁବନେଶ୍ୱର, ରାୟପୁର, ହାଇଦ୍ରାବାଦ ଯାତ୍ରୀଙ୍କୁ ବିମାନ ଯାତ୍ରା ଯୋଗାଇ ଆସୁଛନ୍ତି । କେବଳ ସ୍ପାଇଜେଟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ମୁମ୍ବାଇ ଓ ବାଙ୍ଗାଲୋରକୁ ପ୍ରଥମ କରି ବିମାନ ସେବା ଆରମ୍ଭ କରିବ ।

ପୂର୍ବରୁ ଝାରସୁଗୁଡା ରୁ ମୁମ୍ବାଇ ଓ ବାଙ୍ଗାଲୋର ଯିବାକୁ ଲୋକେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଥଲେ । । ଝାରସୁଗୁଡ଼ାରୁ ଉଡାନ ଯୋଜନାରେ ଦେଶର ପ୍ରମୁଖ ପାଞ୍ଚୋଟି ସହର କୁ ସିଧା ବିମାନ ସେବା ସଫଳ ହୋଇଛି । ଝାରସୁଗୁଡ଼ା ରୁ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ବିମାନ ସେବା ଆରମ୍ଭ ହେଲେ କେନ୍ଦ୍ର ସରକାରଙ୍କର ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବ ।ଦୀର୍ଘଦିନ ରୁ ମୁମ୍ବାଇ ଓ ବାଙ୍ଗାଲୁରୁ କୁ ବିମାନ ସେବା ପାଇଁ ଦାବୀ ହୋଇ ଆସୁଥିଲା ।ଅକ୍ଟୋବର୨୫ ପରେ ଏହା ଆରମ୍ଭ ହେବ ବୋଲି ବିମାନବନ୍ଦର ର୍ତ୍ତୃପକ୍ଷ ସୂଚନା ଦେବା ପରେ ଅଞ୍ଚଳରେ ଖୁସୀ ପ୍ରକାଶ ପାଇଛି ।