ଝାରସୁଗୁଡାର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ ପଶିଲା କରୋନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ ପଶିଲା କରୋନା। ୮ ପୋଲିସ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ କରି ସାନିଟାଇଜ କଲା ଜିଲ୍ଲା ପ୍ରଶାସନ।

jharsuguda news

ବଡମାଲ ଥାନାରେ ୫ ପୋଲିସ କର୍ମଚାରୀ ଆକ୍ରାନ୍ତ। ଜଣେ ସବଇନିସ୍ପେକ୍ଟର, ଜଣେ କନେଷ୍ଟବଳ, ୩ ଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ଜଣାପଡିବା ପରେ ସିଲ ହେଲା ବଡମାଲ ଥାନା।ଥାନା ଆଇଆଇସି ଙ୍କ ସମେତ ୩୫ ଜଣ ପୋଲିସ କ୍ୱାରେଣ୍ଟାଇନ ରେ ଗଲେ।ବଡମାଲ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ବୁଝିବା ପାଇଁ ଥାନା ବାହାରେ ହେଲ୍ପ ଡେସ୍କ କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ସେହିପରି ବ୍ରଜରାଜନଗର ଆରପିଏଫ ଥାନାର ଇନଚାର୍ଯ୍ୟ ଙ୍କ ସମେତ ଅନ୍ୟ ଦୁଇ କନେଷ୍ଟବଳ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥାନାକୁ ସିଲ କରାଯାଇଛି।