ବିଧ୍ୟାୟକଙ୍କ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ :୧୦୦ ୟୁନିଟ ରକ୍ତ ସଂଗ୍ରହ

ଝାରସୁଗୁଡା: ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି ସକାଳ ୧୦ ଘଟିକାରୁ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ ବନ୍ଧବାହାଲ MCL କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତି ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

jharsuguda news

ଏଥିରେ ମୋଟ ୧୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବନ୍ଧବାହଲ ଓ ଆଖପାଖ ଅଞ୍ଚଳରୁ ରକ୍ତଦାତା ମାନେ ସ୍ୱ ଇଚ୍ଛା ରେ ରକ୍ତଦାନ କରି ଖୁସୀ ଅନୁଭବ କରିଥିଲେ।ଜିଲ୍ଲାରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୋୖରାଞ୍ଚଳରେ ବିଜେଡି ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଛି ବୋଲି କହିଛନ୍ତି ବିଧାୟକ କିଶୋର ମହାନ୍ତି।

jharsuguda news

ଏହି କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ପଧାନ, ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଶ୍ରୀ ବିଶ୍ୱନାଥ ନାୟକ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଟିକେଶ୍ୱର ସେନାପତି, ବ୍ଲକ ସଭାପତି ଶ୍ରୀ ରବିରତ୍ନ ପଧାନ, ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଜେନା, ଯୁବ ବିଜୁ ଜନତା ଦଳ ସମ୍ପାଦକ ଶ୍ରୀ ଲିଙ୍ଗରାଜ ମହାପାତ୍ର ଉପସ୍ଥିତ ଥିଲେ। ଆଜିକାର କାର୍ଯ୍ୟକ୍ରମକୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଶ୍ରୀ ତ୍ରୀନାଥ ଗୁଆଳ ଙ୍କ ତତ୍ବାବଧାନ ରେ ସମ୍ପୁର୍ଣ୍ଣ କରାଯାଇଥିଲା ।ଏହି ଅବସରରେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ଏକାମ୍ତ ପ୍ରଧାନ ଏବଂ ଝାରସୁଗୁଡା ଜିଲ୍ଲା ବ୍ଳଡ ବ୍ୟାଙ୍କର ସହକର୍ମୀ ମାନେ ରକ୍ତ ସଂଗ୍ରହ କରିଥିଲେ ।