ଜୁନ ୧ରୁ ଝାରସୁଗୁଡ଼ାରୁ ପୁଣି ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ

ଭୁବନେଶ୍ବର : ଜୁନ ୧ ତାରିଖରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ପୁଣି ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡିବ । ଏନେଇ ନିର୍ଦ୍ଦେଶକ ଏସକେ ଚୌହାନ ସୂଚନା ଦେଇଛନ୍ତି । ତିନୋଟି ଯୋଜନାରେ ଆଲିଆନ୍ସ ଏୟାର ବିମାନ ଉଡାଣ ଭରିବ । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ବନ୍ଦରକୁ ଦିନ ୧୦ଟା ୫୫ରେ ଏବଂ ରାୟପୁରକୁ ସନ୍ଧ୍ୟା ୫ଟା ୩୦ରେ ବିମାନ ଉଡ଼ାଣ ଭରିବ ବୋଲି ସୂଚନା ମିଳିଛି ।