କଙ୍ଗନା ରଣାଓ୍ଵତଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ: ଓକିଲଙ୍କ ନାଁରେ ଏତଲା, ମେହେନ୍ଦି ରେଜାଙ୍କ ଗିରଫ ଦାବି କଲା ଓକିଲ ସଂଘ

ଝାରସୁଗୁଡ଼ା: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମରେ ଫେସବୁକରେ ଦେଇଥିଲେ ଅଶ୍ଳୀଳ ମନ୍ତବ୍ୟ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ପ୍ରତି ଫେସ୍‌ବୁକ୍‌ରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଝାରସୁଗୁଡ଼ା ବାର୍‌ର ଓକିଲ ମେହେନ୍ଦି ରେଜା। ଆଜି ଓକିଲ ସଂଘ ପକ୍ଷରୁ ଏକ ସ୍ୱତନ୍ତ ବୈଠକରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଓକିଲ ମେହେନ୍ଦି ରେଜାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛି । ମେହେନ୍ଦି ରେଜା ଫେସ୍‌ବୁକ୍‌ରେ କଙ୍ଗନାଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ଓକିଲ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ତାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଏସ୍‌ପି ଓ ଆଇଆଇସିଙ୍କ ନିକଟରେ ଦାବି କରାଯାଇଛି।

jharsugada bar association demand advocate mehendi reja arrest on kangana ranwat issue

ଝାରସୁଗୁଡ଼ା ବାର ଏସୋସିଏସନରୁ ମେହେନ୍ଦିଙ୍କୁ ତୁରନ୍ତ ବରଖାସ୍ତ କରିବା ସହିତ ରାଜ୍ୟ ବାର କାଉନସିଲରୁ ତାଙ୍କୁ ବରଖାସ୍ତ କରାଯିବାକୁ ଦାବି କରାଯାଇଛି। ଏ ନେଇ ଆଜି ବାର ଏସୋସିଏସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ସଂପର୍କରେ ଅନ୍ତରୀଣ କମିଟି ଅଧ୍ୟକ୍ଷ ପି.ରାମମୋହନ ରାଓ ଜଣାଇଛନ୍ତି। ପୂର୍ବରୁ ବିଜେପି ନେତା ଦୀନେଶ ଜେନ ମଧ୍ୟ ମେହେନ୍ଦି ରୋଜାଙ୍କ ଗିରଫ ଦାବି କରିଥିଲେ। ଭଏସ୍‌ ଅଫ୍‌ ଓମେନ୍‌ ପକ୍ଷରୁ ମଧ୍ୟ ମେହେନ୍ଦି ମହିଳାଙ୍କ ପ୍ରତି ଅପମାନ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ କରାଯାଇ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରାଯାଇ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଝାରସୁଗୁଡା ଥାନା ରେ ମେହେନ୍ଦୀ ରାଜା ବିରୋଧ ରେ ଦଫା ୨୯୪ ଓ IT ACT ର ଧାରା ୬୭ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ବିବାଦ ଘନେଇବା ପରେ ପରେ ମେହେନ୍ଦୀଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି । ତା ଛଡ଼ା ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ଏହାର କେହି ଦୂରୁପଯୋଗ କରୁଛି ବୋଲି ​‌େ​‌ସ ସ୍ପଷ୍ଟୀକରଣ ଦେଇଛନ୍ତି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇଛି ଝାରସୁଗୁଡା ଓକିଲ ସଂଘ ସମେତ ଜିଲ୍ଲା ବିଜେପି । ଆଜି ଜିଲ୍ଲା ଓକିଲ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେହେନ୍ଦୀ ରାଜା ବିରୋଧ ରେ କଡା ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଂଘ ର ଅନ୍ତରୀଣ ସଭାପତି ପି ରାମ ମୋହନ ରାଓ ।ଅନ୍ୟପଟେ ସାମାଜିକ ଗଣମାଧ୍ୟମ ଏଭଳି ପୋଷ୍ଟ ପାଇଁ ସହର ରେ ଭାଇଚାରା ନଷ୍ଟ ହେଉଥିବା ବେଳେ ତୁରନ୍ତ ମେହେନ୍ଦୀ ରାଜା କୁ ଗିରଫ ପାଇଁ ଦାବି କରିଛନ୍ତି ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଦିନେଶ ଜୈନ ।

jharsugada bar association demand advocate mehendi reja arrest on kangana ranwat issue