ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ନୂଆଦିଲ୍ଲୀ: ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ସମୟରେ ସୋରେନ୍ ରାଜ୍ୟରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଡିସେମ୍ୱର ୨୯ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବୋଲି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ଆରଜେଡି-କଂଗ୍ରେସ ମେଂଟ ୮୧ ଆସନରୁ ୪୭ଟି ଆସନରେ ବିଜୟୀ ହୋଇଛି। ଜେଏମଏମ ମେଂଟ ର ନେତୃତ୍ୱ ନେଇ ସରକାର ଗଢ଼ିଛି। ଏହି ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୨୪ଟି ଆସନରେ ବିଜୟୀ ହୋଇଛି।