ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନ ଭାଗ୍ୟ ପରୀକ୍ଷା; ଭୋଟ ଗଣତି ଜାରି

ରାଂଚି: ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ । ଏ ନେଇ ସକାଳ ୮ଟାରୁ କଡା ସୁରକ୍ଷା ବଳୟରେ ଭୋଟ ଗଣତି କାର୍ଯ୍ୟ ଜାରି ରହିଛି । ୮୧ଟି ବିଧାନସଭା ଆସନ ପାଇଁ ହୋଇଥିବା ୫ଟି ପର୍ଯ୍ୟାୟର ମତଦାନ ପ୍ରକାଶ ପାଇବ ।

ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବ କି ନାହିଁ ତାହା ସ୍ପଷ୍ଟ ଭାବରେ କୁହାଯାଇ ପାରୁ ନାହିଁ । କାରଣ ଏକଜିଟ ପୋଲ ରିପୋର୍ଟରେ ଭାରତୀୟ ଜନତା ପାର୍ଟିକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝଟକା ଲାଗିପାରେ ବୋଲି କୁହାଯାଇଥିଲା । ରିପୋର୍ଟରେ ଜେଏମମ ନେତୃତ୍ୱରେ ଗଠିତ ମେଂଟକୁ ଅଧିକ ଆସନ ମିଳିପାରେ ବୋଲି କୁହାଯାଉଥିଲା । ସେ ଯାହା ହେଉ ମତଗଣନା ଶେଷ ହେବା ପରେ କୁହାଯାଇପାରିବ  । ୮୧ଟି ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ରୁ ମତଦାନ ଆରମ୍ଭ ହୋଇଥିଲା । ରାଜ୍ୟର ୨୪ଟି ଜିଲ୍ଲାରେ ଏହି ନିର୍ବାଚନରେ ଡିସେମ୍ବର ୨୦ରେ ଶେଷ ହୋଇଥିଲା ।