ଜୟ ଶ୍ରୀରାମ କହିବାରୁ ସସପେଣ୍ଡ ହେଲେ ୧୭ ଛାତ୍ର

ଜାମସେଦପୁର:ଝାଡଖଣ୍ଡର ଜାମସେଦପୁରରେ ଜୟ ଶ୍ରୀରାମ ନାରା ଲଗାଇବା କାରଣରୁ ୧୭ଜଣ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବିତ କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ବିଷ୍ଣୁପୁର ସ୍ଥିତ ବେଲଡିହି ଚର୍ଚ୍ଚ ସ୍କୁଲରେ ଘଟିଛି ।

ସୂଚନାନୁସାରେ, ଗତକାଲି ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଏକ ଗ୍ରୁପ ଖେଳିବା ସମୟରେ ଜୟ ଶ୍ରୀରାମ ନାରା ସ୍କୁଲ କ୍ୟାମ୍ପସ ମଧ୍ୟରେ ଲଗାଇ ଦେଇଥିଲେ । ଏହି ଖବର ସ୍କୁଲର ପ୍ରିନ୍ସିପାଲ ଏଲ ପିଟରସନ ଏବଂ ଅନ୍ୟ ସଦସ୍ୟଙ୍କୁ ମିଳିଥିଲା । ତୁରନ୍ତ ଅନୁଶାସନ ସମିତିର ବୈଠକ ଡକାଯାଇଥିଲା । ଏହି ନାରା ଲଗାଇଥିବା ଛାତ୍ରଙ୍କୁ ୫ ଦିନ ପାଇଁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।