ଝାରଗୁଡା ବିଧାୟକ ନବ ଦାସଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ,ଦେଖନ୍ତୁ ଭିଡିଓ

ରାଜନୈତିକ ଭବିଶ୍ୟତ ପାଇଁ ଆଦିବାସି ଶରଣ ପସିଲେ, ପୂଜା ପାଠ କରି ନାଚିଲେ

ଝାରସଗୁଡା  : କଂଗ୍ରେସରୁ ଛାଡିଛନ୍ତି, ବିଜେଡିରେ ମିଶିବେ । ଏହି ମଝି ସମୟରେ ନବ ଦାସଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ । ଆଦିବାସୀ ଦେବତାଙ୍କ ଶରଣରେ ପଶିଛନ୍ତି ନବଦାସ । ଆଦିବାସୀଙ୍କ ଜଙ୍ଗା ବଡଦେଓ ପୂଜାରେ ନାଚିଛନ୍ତି ନବ ଦାସ । କଳା ଧୋତି ପିନ୍ଧି ଆଦିବାସୀଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପ୍ରତୀକ ଧରି ନବଦାସ ନାଚୁ ଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଝାରସୁଗୁଡା କୋଲାବିରା ଅଂଚଳର ବୋଲି ଜଣାପଡିଛି । ଶାମ୍ବ ଦଶମୀ ଦିନ ଆଦିବାସୀମାନେ ତାଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପୂଜାର୍ଚ୍ଚନା କରିଥିଲେ । ଏଥିରେ ସାମିଲ ହୋଇଥିଲେ ନବ ଦାସ । କଂଗ୍ରେସ ଛାଡିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଚର୍ଚ୍ଚା ଜୋର ଧରିଛି  । 

ବିଧାୟକ ନବଦାସ କଂଗ୍ରେସରୁ ଇସ୍ତାଫା ଦେବା ପରେ ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ବିଜେଡ଼ିର ସଭ୍ୟ ପଦ ଗ୍ରହଣ କରିବେ।ବର୍ତ୍ତମାନ ନବାବାବୁ ବିଜେଡି ମୁହାଁ ହେବା ପରେ ନିଜର ଭବିଷ୍ୟତ ସ୍ଥିତି କୁ ଆକଳନ କରି ପାରୁନାହାନ୍ତି।ତେଣୁ ତନ୍ତ୍ର ମନ୍ତ୍ର ହୋମ ଯଜ୍ଞ ଉପରେ ଗଭୀର ବିଶ୍ବାସ ରଖୁଥିବା ନବ ଏବେ ବିଭିନ୍ନ ଜାତିର ପର୍ବରେ ନିଜକୁ ସାମିଲ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି।ଗତ ଗୁରୁବାର ଲାଇକେରା ବ୍ଳକର ମଜୁରଢ଼ିପା ଠାରେ ଗଣ୍ଡ ସମ୍ପ୍ରଦାୟର janghalinga ପୂଜା ଅବସରରେ ନିହେଁ ବଡ଼ଦେଓ ଦେବତାଙ୍କ   ଏକ ଓଜନିଆ କାଠକୁ ନିଜ କାନ୍ଧରେ ବୋହି ନାଚ କରିଥିଲେ।ଏହା ଦ୍ୱାରା ଭୋଟରଙ୍କ ଉପରେ ଯେପରି ଦଳ ବଦଳରେ ପ୍ରଭାବ ପଡିବନି ସେଭଳି ନିଜକୁ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ।