ଜେଟ ଏୟାରବେଜ କିଣିବାକୁ ହିନ୍ଦୁଜା ଗ୍ରୁପ ପ୍ରସ୍ତୁତ

ନୂଆଦିଲ୍ଲୀ: ଆର୍ଥିକ ସଂକଟରେ ଥିବା ଜେଟ ଏୟାରବେଜ କମ୍ପାନୀ ବର୍ତ୍ତମାନ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ କରିଛି । ବର୍ତ୍ତମାନ ଏହି ଜେଟ ଏୟାରବେଜକୁ ହିନ୍ଦୁଜା ଗ୍ରୁପ କିଣିବାକୁ ମନ ବଳାଇଥିବା ଜଣାପଡ଼ିଛି ।

ଅର୍ଥ ଅଭାବରୁ ଦେବାଳିଆ ହୋଇପଡ଼ିଥିବା କମ୍ପାନୀ ଜେଟ ଏୟାରବେଜକୁ ବିପୁଳ ଟଙ୍କାର ଆବଶ୍ୟକତା ରହିଛି । ଦୀର୍ଘ ମାର୍ଚ୍ଚ ମାସରକୁ ଜେଟ ଏୟାରବେଜ ତାର କର୍ମଚାରୀଙ୍କୁ ଦରମା ଦେଇ ପାରୁନାହିଁ । ଏହି ଜେଟ ଏୟାରବେଜକୁ ପୁଣି ଚଳାଚଳ କରାଇବା ପାଇଁ ହିନ୍ଦୁଜା ଗ୍ରୁପ କିଣିବ । ତେଣୁ ହିନ୍ଦୁଜା ଗ୍ରୁପ ନରେଶ ଗୋଏଲ ଓ ଷ୍ଟାଟେଜିକ ନିବେଶକଙ୍କୁ ଠାରୁ ଅନୁମତି ଆଣିଲେଣି । ଏହା ସହ ହିନ୍ଦୁଜା ଗ୍ରୁପ ଏସବିଆଇ କ୍ୟାପିଟାଲ ମାର୍କେଟ ବ୍ୟାଙ୍କଗୁଡ଼ିକ ସହ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି ।

 ଜେଟ ଏୟାରବେଜର ଆର୍ଥିକସ୍ଥିତିକୁ ସୁଧାରିବାରେ କୈାଣସି କମ୍ପାନୀ ଆର୍ଥିକ ସହାୟତା କରି ନାହାଁନ୍ତି । ଟାଟା ଗ୍ରୁପ ଜେଟ ଏୟାରବେଜକୁ ପ୍ରଥମେ ସାହାଯ୍ୟ କରିବା ପାଇଁ ଆଗେଇ ଥିବା ବେଳେ ପର ମୁହୂର୍ତ୍ତରେ ପଛଘୁଞ୍ଚା ଦେଇଥିଲା । ତେବେ ଜେଟ ଏୟାରବେଜକୁ ବର୍ତ୍ତମାନ  ହିନ୍ଦୁଜା ଗ୍ରୁପ କିଣିବା ପାଇଁ ଚାହୁଁଛି ।