କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ୨୦୧୯ରୁ ବର୍ଷକୁ ଦୁଇଥର ହେବ JEE- ମେନ୍ ଏବଂ NEET  ପରୀକ୍ଷା , NTA କରିବ ପରୀକ୍ଷା ପରିଚାଳନା

ଭୁବନେଶ୍ବର  : ଏଣିକି ବର୍ଷକୁ ଦୁଇଥର ଜାତୀୟ ସ୍ତରୀୟ ଇଂଜିନିୟରିଂ ଏବଂ ଡାକ୍ତରୀ ପ୍ରବେଶିକା । ୨୦୧୯ରୁ ବର୍ଷକୁ ଦୁଇଥର ହେବ JEE- ମେନ୍ ଏବଂ NEET  ପରୀକ୍ଷା ।ଶିକ୍ଷାମନ୍ତ୍ରୀ ପ୍ରକାଶ ଜାଭେଡକର ଏହି  ଘୋଷଣା କରିଛନ୍ତି । ନୂଆଦିଲ୍ଲୀରେ ଏକ ସମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା  କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯୁଗଦ୍ମ ପ୍ରବେଶିକା ପରୀକ୍ଷା- ମେନ୍  ଏବଂ ନ୍ୟାସନାଲ ଅଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଏକଜାମିନେସନ ଆସନ୍ତାବର୍ଷରୁ  ପ୍ରତିବର୍ଷ ଦୁଇଥର ହେବ । ଅନଲାଇନ୍  ମୋଡ୍ ରେ ପରୀକ୍ଷା ହେବ । ନୂତନଭାବେ ପରୀକ୍ଷା ପରିଚାଳନା ଲାଗି ଗଠିତ ଏଜେନ୍ସୀ  ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବେ । ଦୁଇ ପ୍ରବେଶିକା ଭିନ୍ନ ଭିନ୍ନ ତାରିଖରେ ହେବ । ଜେଇଇ ମେନ୍ ଜାନୁଆରୀ ଏବଂ ଏପ୍ରିଲ୍ ରେ ହେବ । ସେହିପରି NEET ବର୍ଷକୁ ଦୁଇଥର ଫେବୃଆରୀ ଏବଂ ମେଁ ମାସରେ ହେବ । ତେବେ ବର୍ତ୍ତମାନ ଏହି ଆଜି ପର୍ଯ୍ୟନ୍ତ ନୋଡାଲ ଏଜେନ୍ସି ଭାବେ  ସିବିଏସ୍ ଇ ଏହି ଦୁଇ ପ୍ରବେଶିକା ପରିଚାଳନମା କରିଆସୁଥିଲା । ନବଗଠିତ ନ୍ୟାସନାଲ ଟେଷ୍ଟଟିଙ୍ଗ ଏଜେନ୍ସି NTA  ଆସନ୍ତା ବର୍ଷରୁ JEE ମେନ୍ ଏବଂ NEET ପରୀକ୍ଷା ବ୍ୟତିତ UGC NET ଏବଂ    CMAT ପରୀକ୍ଷା ମଧ୍ୟ ପରିଚାଳନା କରିବେ ।