ଭୁବନେଶ୍ୱର: ଜେଇଇ ମେନ୍ ଫଳ ପ୍ରକାଶିତ ହୋଇଛି । ଏଥିରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାଶ ୯୯.୯୯ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।
ସେହିଭଳି ରାଜ୍ୟର ସ୍ଥିତିପ୍ରଜ୍ଞା ସାହୁ ୯୯.୯୮ ପ୍ରତିଶତ ମାର୍କ ରଖି ୨ୟ ସ୍ଥାନ ଅଧିକାର କରିଛନ୍ତି ।
ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଏହି ପରୀକ୍ଷା ଫଳ ଘୋଷଣା ହୋଇଛି। ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି।
ଦୁଇଟି ପର୍ଯ୍ୟାୟରେ ୨୩୩ ସହର ଏବଂ ବିଦେଶରେ ୫୭୦ ପରୀକ୍ଷା କେନ୍ଦ୍ରରେ ଏକ ସଙ୍ଗେ ଜେଇଇ ମେନ୍ ପରୀକ୍ଷା ହୋଇଥିଲା ।