ମାଗଣାରେ ଯିବା ଆସିବା କରିବେ ଜେଇଇ ପରୀକ୍ଷାର୍ଥୀ

ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର: ଓଡିଶାର ୩୭ ହଜାର ପରୀକ୍ଷାର୍ଥୀ ଜେଇଇ ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀଙ୍କର ଯିବା ଆସିବା ଓ ରହିବା ବ୍ୟବସ୍ଥା ଦରକାର, ସେଥିପାଇଁ ସରକାର ବ୍ୟବସ୍ଥା କରିବେ । ଅନ୍ୟପଟେ ଯେଉଁମାନେ ନିଜ ସୁବିଧାରେ ଆସିବେ, ସେମାନଙ୍କୁ ସହଯୋଗ କରାଯିବ । ଆଉ ଯେଉଁମାନେ ଆବଶ୍ୟକ କରିବେ ମାଗଣାରେ ପରିବହନ ଯୋଗାଇ ଦିଆଯିବ । କେବଳ ଆଡମିଟ କାର୍ଡ ଦେଖାଇଲେ ଯିବା ଆସିବା ବ୍ୟବସ୍ଥା ସରକାର କରିବେ ।

ତେବେ ଜେଇଇ ମେନ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଓଡିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପିଲାଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ହୋଇଛି । ପରିବହନ ବ୍ୟବସ୍ଥା ଦରକାର ଥିଲେ, ନୋଡାଲ ସେଣ୍ଟରରେ ଜଣାଇବେ । ପରୀକ୍ଷାର୍ଥୀଙ୍କ ଯା’ଆସ ନେଇ କୌଣସି କଟକଣା ରହିବ ନାହିଁ । ପିଲାମାନେ କେମିତି ରହିବେ, ତାହାର ବ୍ୟବସ୍ଥା ନୋଡାଲ ସେଣ୍ଟର କରିବେ । ସେହିଭଳି ବିଭିନ୍ନ ଜିଲ୍ଲାରୁ ପିଲାମାନେ କେମିତି ଆସିବେ, ନୋଡାଲ ସେଣ୍ଟର ଦେଖିବେ । ଏଥିପାଇଁ ନୋଡାଲ ଆଇଟିଆଇ କେନ୍ଦ୍ର ଅଧ୍ୟକ୍ଷଙ୍କୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି । ଏନେଇ ପିଲାମାନେ ନୋଡାଲ ସେଣ୍ଟରରେ ନିଜ ସଂପର୍କରେ ତଥ୍ୟ ଦେବାକୁ ପରାମର୍ଶ ଦିଆଯାଇଛି । ପିଲାମାନେ ତଥ୍ୟ ଦେଲେ, ସେମାନଙ୍କ ସଂଖ୍ୟା ଦେଖି ବସ୍ ବ୍ୟବସ୍ଥା ହେବ । ସେହିଭଳି ନିଟ ପରୀକ୍ଷାର୍ଥୀ ମଧ୍ୟ ନୋଡାଲ ସେଣ୍ଟରରେ ତଥ୍ୟ ଦେବେ । ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୂଚନା ପ୍ରଦାନ କରିଛନ୍ତି ।