ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲାଗୁ ହେବନି ଲକଡାଉନ-ସଟଡାଉନ ନିୟମ

ଭୁବନେଶ୍ୱର: ପରୀକ୍ଷା ସମୟରେ ସଟଡାଉନ୍ ନିୟମରେ କୋହଳ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ଅକ୍ଟୋବର ୧ ରୁ ୬ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପରିକ୍ଷା ପାଇଁ କୈଣସି ସହରରେ ଲକଡାଉନ କି ସଟଡାଉନ୍ ଲଗାଯିବା ନାହିଁ । ଏହାସହ ପରିକ୍ଷା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଓ ଅନ୍ୟ ଷ୍ଟାଫ ମାନଙ୍କୁ ଏସକଟ୍ କରି ନବା ଆଣିବା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ର ମାନଙ୍କରେ ସମସ୍ତ କୋରୋନା ନିୟମ ପାଳନ କରିବା ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ହଲ ଗୁଡିକରେ ସିସିଟିଭି ଆଦି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପରୀକ୍ଷା କେନ୍ଦ୍ର ପରିଚାଳନା ଦାୟୀତ୍ଵରେ ଥିବା କର୍ତ୍ତୃପକ୍ଷ ମାନେ ସମସ୍ତ କୋଭିଡ୍ ନିୟମକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଥା ମାସ୍କ ,ସାନିଟାଇଜ ବ୍ୟବହାର ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି ।