ନୂଆଦିଲ୍ଲୀ : ଆଇଆଇଟିରେ ନାମଲେଖାଇବା ପାଇଁ ଉଦ୍ଦିଷ୍ଟ ଜେଇଇ ଆଡଭାନ୍ସଡ ପରୀକ୍ଷା ଆସନ୍ତା ଜୁଲାଇ ୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏଥର ଆଇଆଇଟି ପାଇଁ ଯୁକ୍ତ୨ ବା ୧୨ଶ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ ରଖିବା ନିୟମକୁ କିଛିଟା କୋହଳ କରାଯିବ ।
📢Announcement
After careful consideration, it has been decided that #JEEAdvanced will be held on 3rd July 2021 and the eligibility criteria of scoring 75% marks has been waived off for the ease of students. pic.twitter.com/f8WgrNeOhR
— Dr. Ramesh Pokhriyal Nishank (@DrRPNishank) January 7, 2021
ଗତ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୭୫ ପ୍ରତିଶତ ମାର୍କ ନିୟମକୁ କୋହଳ କରାଯାଇଥିଲା ।
ପ୍ରଚଳିତ ନିୟମ ଅନୁସାରେ ଆଇଆଇଟିରେ ନାମଲେଖା ପାଇଁ ଜେଇଇ-ଆଡଭାନ୍ସଡରେ ଉପଯୁକ୍ତ ରାଙ୍କ ରଖିବା ସହ ଯୁକ୍ତ ୨ ବା ୧୨ଶ ଶ୍ରେଣୀରେ ଅତିକମରେ ୭୫ ପ୍ରତିଶତ ମାର୍କ ରଖିବା ଜରୁରୀ । ଦେଶରେ ଜେଇଇ-ମେନ ଦ୍ବାରା ବିଭିନ୍ନ ଇଂଜିନିୟରିଂ କଲେଜରେ ନାମ ଲେଖାଯାଉଥିବାବେଳେ ଜେଇଇ-ଆଡଭାନ୍ସଡ ପରୀକ୍ଷା ଦେବା ପାଇଁ ଏହାକୁ ଏକ କ୍ବାଲିଫାଇଙ୍ଗ ପରୀକ୍ଷା ଭାବେ ବ୍ୟବହାର କରାଯାଏ ।
ଗତ ୩୧ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଥିଲେ । ଏହି ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ବୋଲି ସେ ଘୋଷଣା କରିଥିଲେ ।