ବଲିଉଡ ଡ୍ରଗ୍ସ ବିବାଦରେ କେନ୍ଦ୍ରକୁ ସମାଲୋଚନା କଲେ ଜୟା ବଚ୍ଚନ

ମୁମ୍ବାଇ: ବଲିଉଡର ଡ୍ରଗ୍ସ ବିବାଦ ଏବେ ସଂସଦରେ ପଂହଚିଯାଇଛି । ମଙ୍ଗଳବାର ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସାଂସଦ ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ବିଜେପି ସାଂସଦ ରବି କିଶନଙ୍କ ନାମ ନ ନେଇ ସେ କହିଥିଲେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଯେଉଁମାନେ ନାମ କମାଇଥିଲେ ସେମାନେ ଏବେ ଏହାକୁ ନିନ୍ଦୁଛନ୍ତି । ଯେଉଁ ଥାଳିରେ ତୁମେ ଖାଉଥିଲ ତାକୁ ଗୋଇଠା ମାରୁଛ ବୋଲି କହିଛନ୍ତି । ରବିକିଶନ କହିଥିଲେ ମୁଁ ଭାବିଥିଲି ମୋ କଥାରେ ଜୟା ମାଡାମ ସମର୍ଥନ କରିବେ । ଇଣ୍ଡଷ୍ଟ୍ରିରେ ସମସ୍ତେ ଡ୍ରଗ୍ସ ନେଉ ନାହାନ୍ତି ଏହା ସତ । କିନ୍ତୁ ଯେଉଁମାନେ ଡ୍ରଗ୍ସ ନେଇ ଫିଲ୍ମ ଇଣ୍ଡଷ୍ଟ୍ରି ବଦନାମ କରୁଛନ୍ତି ସେମାନଙ୍କୁ କଣ କହିବା । ତୁମେ ଓ ମୋ ବେଳେ ଏ ଭଳି ପରିସ୍ଥିତି ନ ଥିଲା । ଏହାକୁ ରୋକିବାକୁ ପଡିବ ବୋଲି ରବି କିଶନ କହିଛନ୍ତି ।

ସୁଶାନ୍ତ ସିଂ ରାଜପୁତ କେସ୍ ପରେ ବଲିଉଡ କୁଇନ କଙ୍ଗନା ରାନାୱତ ତାଙ୍କ ସମର୍ଥନରେ ଆସିଥିଲେ । ପରେ ସିବିଆଇ, ଏନସିବି ତଦନ୍ତରେ ବଲିଉଡ କିଭଳି ଡ୍ରଗ୍ସ କାରଖାନା ପାଲଟିଛି ତାହାର ତଥ୍ୟ ସମ୍ମୁଖକୁ ଆସୁଛି । ତେବେ ଏଥିନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଜୟା ସୋସିଆଲ ସାଇଟରେ ଟ୍ରୋଲ ହେବାରେ ଲାଗିଛନ୍ତି ।