ଏମିତି ଟାଣୁଆ ନେତା : ବିଜେପିରେ ମିଶିବାକୁ ଜୟଙ୍କୁ ଲାଗିଲା ୨୨ ବର୍ଷ !

ଦିଲ୍ଲୀ  : ବିଜେପି ଆଦର୍ଶରେ ଅନୁପ୍ରାଣୀତ ହେଉଥିଲି । ଦଳରେ ମିଶିବାକୁ ୨୨ ବର୍ଷ ଧରି ଅପେକ୍ଷା କରିଥିଲି । ଏବେ ୨୨ ବର୍ଷପରେ ଦଳରେ ମିଶିଲି । ବିଜେପିରେ ମିଶିବା ପରେ ଏମିତି କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦଳରେ ଯୋଗ ଦେବାପରେ ଟ୍ୱିଟ କରି ବୈଜୟନ୍ତ କରିଛନ୍ତି ଯେ, ୨୨ ବର୍ଷ ତଳୁ ବିଜେପିରେ ଯୋଗ ଦେବା ପାଇଁ ସେ ଚାହୁଁଥିଲେ | ଆଜି ତାଙ୍କର ସେହି ଇଛା ସାକାର ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି | ବିଜେଡିରୁ ନିଲମ୍ବିତ ହେବା ପରେ ୨୦୧୮ ଜୁନ୍ ୧୨ ତାରିଖରେ ସେ କେନ୍ଦ୍ରାପଡା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠାରେ ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଦଳର ଓଡିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ବି.ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ବୈଜୟନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ |

ତେବେ କଥା ଉଠୁଛି ସତରେ ବୌଜୟନ୍ତ ଯଦି ଏତେ ଟାଣୁଆ ନେତା ତେବେ ୨୨ ବର୍ଷ ଧରି ବିଜେପି ତାଙ୍କୁ ନେଉ ନଥିଲା କାହିଁକି । ନା ସେ ସତରେ ଏମିତି କହିଛନ୍ତି ନା ବିଜେପି ନେତାଙ୍କୁ ତେଲ ମାରିବାକୁ ଏମିତି ପ୍ରୟାସ କରିଛନ୍ତି ଜୟ ତକୁ ନେଉ ଉଠିଛି ପ୍ରଶ୍ନ । କୁହାଯାଉଛି ଜୟ ଏମିତି କହି ନିଜର ପାରିବା ପଣିଆ ଉପରେ ନିଜେ ପ୍ରଶ୍ନ ଉଠାଇଛନ୍ତି ।