ବୈଜୟନ୍ତଙ୍କୁ କ୍ଲିନଚିଟ ନେଇ ଉଠିିଲା ପ୍ରଶ୍ନ, DGCAଙ୍କ ରିପୋର୍ଟରେ ତଥ୍ୟ ନଥିବା ନେଇ ପୋଲିସର ଆପତ୍ତି,ଚାଲିବ ତଦନ୍ତ

ଭୁବନେଶ୍ବର : ବିବାଦୀୟ ହେବାରେ ଲାଗିଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବେଆଇନ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ । ଊଏଉଇଙ୍କ ରିପୋର୍ଟ ଉପରେ ପୋଲିସ ପ୍ରଶ୍ନ ଉଠାଇବା ପରେ, ବୈଜୟନ୍ତଙ୍କ ପାଇଁ ଅଡୁଆ ଆହୁରି ବଢିଛି । ଚିଲିକାର କେତେ ଉପରେ ସାଂସଦ ହେଲିକପ୍ଟର୍ ଉଡ଼ାଇଥିଲେ, ସେନେଇ ରିପୋର୍ଟରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଦିଆୟାଇନି । ଯେଉଁଥି ପାଇଁ ଊଏଉଇଙ୍କୁ ଆଉ ଥରେ ରିପୋର୍ଟ ମାଗିଛି ପୁରୀ ପୋଲିସ । ସେପଟେ ଘଟଣାକୁ ନେଇ ଜୋର୍ ହୋଇଛି ରାଜନୈତିକ ବୟାନ ବାଜି ।

DGCAଙ୍କ ରିପୋର୍ଟକୁ ନେଇ ପୋଲିସର ଆପତ୍ତି
ଚିଲିକା ଉପରେ କେଉଁ ସମୟରେ ଉଡାଇଥିଲେ ରିପୋର୍ଟରେ ନାହିଁ ତଥ୍ୟ
କେତେ ଉଚ୍ଚରେ ବୈଜୟନ୍ତ ହେଲିକପଟର ଉଡାଇଥିଲେ ସେନେଇ ରିପୋର୍ଟରେ କିଛି ତଥ୍ୟ ନାହିଁ
DGCAଙ୍କୁ ଆଉ ଥରେ ରିପୋର୍ଟ ମାଗିବ ପୁରୀ ପୋଲିସ

ବଡୁଛି ବେଆଇନ ଉଡାଣ ବିବାଦ । DGCAଙ୍କ ରିପୋର୍ଟକୁ ନେଇ ଉଠିଛି ପ୍ରଶ୍ନ । DGCA ଦେଇଥିବା ରିପୋର୍ଟ ଉପରେ ଆପତ୍ତି ଉଠାଇଛି ପୋଲିସ । ଚିଲିକା ଉପରେ କେଉଁ ସମୟରେ ଏବଂ କେତେ ଉଚ୍ଚରେ ବୈଜୟନ୍ତ ହେଲିକପଟର ଉଡାଇଥିଲେ ସେନେଇ ରିପୋର୍ଟରେ କିଛି ତଥ୍ୟ ନାହିଁ । ତେଣୁ ରିପୋର୍ଟକୁ ଗ୍ରହଣ କରିନି ପୁରୀ ପୋଲିସ । DGCAଙ୍କୁ ଆଉ ଥରେ ରିପୋର୍ଟ ମାଗିବ ପୁରୀ ପୋଲିସ । ଚିଲିକାରୁ କେତେ ଉପରେ ଏବଂ କେଉଁ ସମୟରେ ହେଲିକପ୍ଟର୍ ଉଡୁଥିଲା, ସେ ସଂକ୍ରାନ୍ତ ତଥ୍ୟ ଦେବାକୁ ଡିଜିସିଏକୁ ପୁଣି ଚିଠି ଲେଖିବ ବୋଲି ପୁରୀ ଏସ ପି ସାର୍ଥକ ଷଢଙ୍ଗୀ କହିଛନ୍ତି ।
ବେଆଇନ ଉଡାଣକୁ ନେଇ ଥିଲା ବିବାଦ । DGCA ରିପୋର୍ଟ ଆଧାରରେ କାର‌୍ୟ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଉଥିଲା । ତେବେ ରିପୋର୍ଟରେ ପୋଲିସ ମାଗିଥିବା ତଥ୍ୟ, କାହିଁକି ଡିଜିସିଏ ଦେଇନାହାନ୍ତି ? ଚିଲିକା ଉପରେ ଉଡାଣର ଉଚ୍ଚତା ଓ ସମୟ ନଥାଇ ଏହାକୁ କ୍ଲିନ୍ ଚିଟ୍ କୁହାଯିବ କି ? ଏବେ ଏମିତି ସବୁ ପ୍ରଶ୍ନ ଉଠୁଛି । ସେପଟେ ଘଟଣାକୁ ନେଇ ଜୋର୍ ହୋଇଛି ରାଜନୈତିକ ବୟାନ ବାଜି ।
ଡିଜିସିଏ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଉଥିବା ପୋଲିସ, ଏହେ ହ୍ୟାଙ୍ଗରକୁ ଖୋଲିଯିବା ନେଇ ତର୍ଜମା କରୁଛି । କିନ୍ତୁ ଡିଜିସିଏଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ନ ଆସିବା ଯାଏଁ, ବିବାଦକୁ ଆସିଥିବା ହେଲିକ୍ୟାପଟର ଜବତ ହୋଇ ରହିବ ।