ବାଉଳିଲେଣି ଜୟ ପଣ୍ଡା : ଓଡିଶାକୁ ପାକିସ୍ଥାନ ସହ କଲେ ତୁଳନା, ସବୁ ସ୍ତରରେ ବିରୋଧ
ନିଜ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ କଲେ ହୀନ ବୁଦ୍ଧି
ଭୁବନେଶ୍ୱର : ବାଉଳିଲେଣି ପୂର୍ବତନ ସାଂସଦ ତଥା ବିଜେପି ରଷ୍ଟ୍ରିୟ ଉପସଭାପତି ବୌଜୟନ୍ତ ପଣ୍ଡା ଓରଫ ଜୟ ପଣ୍ଡା । ସାରୁଅ ଜମି ଜବର ଦଖଲ ଖୁଲାସା ଓ କ୍ରାଇବ୍ରାଞ୍ଜ ତଦନ୍ତ ତା ସାଙ୍ଗକୁ ଭୁବନେଶ୍ୱର ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ପତ୍ନୀ ଜଗି ପଣ୍ଡାକୁ କ୍ରାଇମବ୍ରାଞ୍ଜ ଘଣ୍ଟିବା ପରେ ବୋଧେ ବାଉଳୁଛନ୍ତି ଜୟ । ଏମିତିକି ଜୟଙ୍କ ପତ୍ନୀଙ୍କ ମାଲିକାନାରେ ଥିବା ଓଟିଭି ଅଫିସରୁ ଓଟିଭିର ଜଣେ ସାମ୍ବାଦିକ ଦେଶର ସର୍ବ କନିଷ୍ଠ ସାଂସଦଙ୍କ ମିଛ ଅଶୀଳ ଭିଡିଓ ଭାଇରାଲ କରାଇଥିବା ପୋଲିସ ଅନୁସ୍ଧାନ ହେବା ପରେ ଜୟଙ୍କ ମୁଣ୍ଡ କୁଆଡେ ଚକ୍କର କାଟିଲାଣି । ସେଥି ଲାଗି କୁଆଡେ ଓଡିଶାକୁ ପାକିସ୍ଥାନ ସହ ଜୟ ପଣ୍ଡା ତୁଳନା କରିଥିବା ନେଇ ସାରା ଓଡିଶାରେ ଚର୍ଚ୍ଚା ଯୋର ଧରିଛି । ଓଡିଶା ଶାସନକୁ ପାକିସ୍ଥାନ ଶାସନ ସହ ଯୋଡି ଟ୍ୱିଟ କରିଥିବା ଜୟ ପଣ୍ଡାଙ୍କୁ ଏବେ ସାରା ରାଜ୍ୟ କାହିଁକି ଦେଶର ବିଭିନ୍ନ ବର୍ଗର ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି । ହୋକୁ ନେଇ ସୋସିଆଲ ମିଡିଆରେ ଜୟଙ୍କ ବିରୋଧରେ ଏକ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଛି ।
ନିଜ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡିଶା ସମ୍ୱନ୍ଧୀତ ଏକ ହୀନ ମନ୍ତବ୍ୟ ରଖିଛନ୍ତି । ମହିଳା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ଅଭିଯୁକ୍ତ ସାମ୍ବାଦିକ ରମେଶ ରଥଙ୍କୁ ପଚରାଉଚରା କରୁଛି ପୋଲିସ । ଓଟିଭିର ସଂପୃକ୍ତ ସାମ୍ବାଦିକ ଆଇନ ଉଲ୍ଲଂଘନ କରୁଥିଲେ ବି ତାଙ୍କୁ ସୁରକ୍ଷା ଦେବାକୁ ବୈଜୟନ୍ତ ଏବଂ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ବିଭିନ୍ନ ବର୍ଗର ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି ।
ତାଙ୍କର ଏଭଳି ଟ୍ୱିଟକୁ ଦୃଢ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବା ଟ୍ୱିଟ୍ ଯୋଗେ କହିଛନ୍ତି ପ୍ରଣବ ।
ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବୈଜୟନ୍ତ ପଣ୍ଡାଙ୍କୁ ଓଡ଼ିଶା, ପାକିସ୍ତାନ ଭଳି ମନେ ହେବା ଦୁର୍ଭାଗ୍ୟଜନକ । ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ନିହାତି ଓଡ଼ିଶା ପ୍ରତି ଓ ଓଡ଼ିଶା ସଂସ୍କୃତିର ଅପମାନ ବୋଲି ଟୁଇଟ କରିଛନ୍ତି ସସ୍ମିତ ପାତ୍ର ।
Quite unfortunate that Shri. Jay Panda @PandaJay feels Odisha has become Pakistan, the same state that sent him to both houses of the Parliament. The same people of Kendrapara who ensured it. The same Tulasi Khetra. This is an insult to every Odia and to the Odia culture as well. https://t.co/8hoIZFk2Ed
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) October 18, 2020
ସେହିପରି ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବ ଟ୍ବିଟ୍ କରି ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ‘ଏ ମାଟି ତୁମକୁ ଓ ତୁମ ପରିବାରକୁ ବହୁତ କିଛି ଦେଇଛି’। ‘ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କିପରି କଲ ?’ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ‘୨୦୧୯ ପୂର୍ବରୁ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିଲ’ । ‘କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି ?’ ‘ଯଦି ସେପରି ଭାବୁଛ ତାହେଲେ ଓଡ଼ିଶା ଛାଡ଼ି ଚାଲିଯାଅ’ ବୋଲି ଅନୁଭବ ଟ୍ବିଟ୍ କରି ଲେଖିଛନ୍ତି ।
ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ବର୍ଷିଲେ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ବୈଜୟନ୍ତ ଭାରତ ଛାଡ଼ି ପାକିସ୍ତାନରେ ରୁହନ୍ତୁ ବୋଲି ଦେବାଶିଷ କହିଛନ୍ତି । ଉତ୍ତରପ୍ରଦେଶ ଘଟଣାରେ କାହିଁକି ଚୁପ ଥିଲେ ବୈଜୟନ୍ତ ବୋଲି ପ୍ରଶ୍ନ କରିବା ସହ ମହିଳାଙ୍କୁ ବୈଜୟନ୍ତ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି । ଟ୍ୱିଟ କରି ନାରୀ ନିର୍ଯାତନାକୁ ସମର୍ଥନ କରୁଛନ୍ତି ବୈଜୟନ୍ତ । ତାଙ୍କୁ ଲାଜ ଲାଗିବା କଥା ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । ଏହାସହ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବୈଜୟନ୍ତଙ୍କୁ ନିନ୍ଦା କିରଛନ୍ତି ।
jay panda compare odisha with pakistan