କୁଆପଥର ମାଡ଼ରେ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ବରଗଡ଼ : ବରଗଡ଼ ଜିଲାରେ ଗତ ୨୦୧୯ ରବିଋତୁରେ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେତେବେଳେ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଫସଲକ୍ଷତି ମଧ୍ୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ ସବ୍‌ସିଡି ତଥା କ୍ଷତିପୂରଣ ରାଶି ମିଳିପାରି ନାହିଁ। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଯାହାକୁ ନେଇ ଜୟ କିଶାନ ଆନ୍ଦୋଳନର ନେତୃତ୍ୱରେ ଚାଷୀମାନେ ସଂଗଠିତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କ୍ଷତିପୂରଣ ଦାବିରେ ବିକ୍ଷୋଭ ଶୋଭାଯାତ୍ରା ସହିତ ସହର ପରିକ୍ରମା କରି ବରଗଡ଼ ସହର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିରେ ଚାଷୀନେତା ଲିଙ୍ଗରାଜ, ଶିବ ପ୍ରସାଦ ପ୍ରଧାନ, ହର ବଣିଆ, ରମେଶ ମହାପାତ୍ର ପ୍ରମୁଖ ଙ୍କ ସହ ପ୍ରାୟ ଶତାଧିକ ଚାଷୀ ଦୀର୍ଘ 2 ଘଣ୍ଟା ଧରି ଆନ୍ଦୋଳନ କରିଥିଲେ ପରେ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଜିଲାପଲଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଏହାର ସମାଧାନ ନ ହେଲେ ଅଗାମିଦିନରେ ହଜାର ହଜାର ଚାଷୀ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।