ଭୁବନେଶ୍ୱର : ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ନେତା ଓ କର୍ମୀ ଗୁରୁବାର ଦିନ ବିଜେଡିରେ ମିଶିଛନ୍ତି । ଏହି କଂଗ୍ରେସ ନେତା ଓ କର୍ମୀମାନେ ବିଧିବଦ୍ଧ ଭାବେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଜଟଣୀ ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ଭଳି କଂଗ୍ରେସର ଅନେକ ନେତା ଓ କର୍ମୀ ମାନେ ବିଜୁ ଜନତା ଦଳରେ ମିଶିଛନ୍ତି । ନବୀନଙ୍କ ଆଦର୍ଶ ଓ ଯୋଜନାରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ଗତ ନିର୍ବାଚନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମର୍ଥନ କରିଥିଲେ । ଏହି ମିଶ୍ରଣ ପର୍ବରେ ପ୍ରତାପ ଦେବ ଓ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହିଥିଲେ।