ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏକତା କପୁରଙ୍କ ସୁପରହିଟ୍ ସିରିଏଲ “ନାଗିନ୍-୪”ର ଆଉ ଏକ ପ୍ରମୋ ସାମ୍ନାକୁ ଆସିଛି । ପ୍ରଥମେ ଏହାର ଏକ ପ୍ରମୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ନାଗିନ୍ ଲୁକରେ କେଉଁ ଟିଭି ଆକ୍ଟ୍ରେସ୍ ଆସିବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏହି ପ୍ରମୋ ପରେ ବହୁ ଟିଭି ଆକ୍ଟ୍ରେସଙ୍କ ନାମ ଏହି ସିରିଏଲରେ ଯୋଡା ହୋଇଥିଲା । ମାତ୍ର ଏବେ ଏହାର ଅନ୍ତ ଘଟିଛି । ଏକତା କପୁର ଏହି ସିରିଏଲର ଏକ ପ୍ରମୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଯେଉଁଥିରେ ନାଗିନ୍ ଲୁକରେ କେଉଁ ଟିଭି ଅଭିନେତ୍ରୀ ଆସିବେ ତାହା ଜଣାପଡିଛି । ଏହି ପ୍ରମୋରେ ଜସ୍ମୀନ୍ ଭସିନ୍ ଙ୍କୁ ନାଗିନ୍ ଲୁକରେ ଦେଖିବାକୁ ମିଳିଛି । ଜସ୍ମିନଙ୍କ ଏହି ଲୁକ ଦେଖି ଦର୍ଶକଙ୍କର ସିରିଏଲ ପ୍ରତି ଆଗ୍ରହ ଅଧିକ ବଢ଼ିଯାଇଥିବା ଜଣାପଡିଛି । ତେବେ ସିରିଏଲ ସୁଟିଂ ରାଜସ୍ଥାନରେ ହେବାର ଯୋଜନା ରହିଛି । ଅନ୍ୟପଟେ ଏହାର ସୁଟିଂ କାର୍ଯ୍ୟ ଚଳିତ ମାସ ୧୮ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିଭଳି “ନାଗିନ୍-୪” ଡିସେମ୍ବର ପ୍ରଥମ ସପ୍ତାହରୁ ଅନଏୟାର ହେବାର ଯୋଜନା ରହିଥିବା ସୂଚନା ମିଳିଛି ।