ଜାପାନ ପ୍ରଧାନମନ୍ତ୍ରୀ ପଦ ଛାଡିବେ ଶିଞ୍ଜୋ ଆବେ!

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ପେଟ ସମସ୍ୟା ଯୋଗୁ ଦୀର୍ଘଦିନ ଧରି ସେ ଅସୁସ୍ଥ ଅଛନ୍ତି । ୬୫ ବର୍ଷୀୟ ଆବେ ୧୭ ଓ ୨୪ ଅଗଷ୍ଟରେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇ ଆସିଛନ୍ତି । ଶୁକ୍ରବାର ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରି ପାରନ୍ତି ।

ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି)ର ସଦସ୍ୟ ତାଙ୍କ ଅସୁସ୍ଥତା ଯୋଗୁ ଯେପରି ସରକାରୀ କାର୍ଯ୍ୟରେ ଅସୁବିଧା ସୃଷ୍ଟି ନ ହେବ ସେଥିନେଇ ବହୁତ ଚିନ୍ତା କରିବା ପରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆବେଙ୍କ ଲୋକପ୍ରିୟତା କମୁଥିବାରୁ ପାର୍ଟି ପକ୍ଷରୁ ତାଙ୍କ ଉପରେ ଚାପ ପକାଯାଉଛି । ସେ ଓଭରାଲ ୨୮୦୩ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।