ଭୁବନେଶ୍ବର: କୃଷି ଓଡିଶା କାର୍ଯ୍ୟକ୍ରମରେ ଭାଗନେବେ ଦେଶ ବିଦେଶର ୧୧୨ଟି କମ୍ପାନୀ। ଆସନ୍ତା ୨୦ ରୁ ୨୪ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି କୃଷି ଓଡିଶା। ଏହି ରାଜ୍ୟ ସ୍ତରୀୟ କୃଷି ପ୍ରଦର୍ଶନୀରେ ଭାଗ ନେବେ ଦେଶ ବିଦେଶର ୧୧୨ ଟି କମ୍ପାନୀ। ଆଧୁନିକ କୃଷି ପ୍ରଣାଳୀ ଓ ନୂତନ ଜ୍ଞାନ କୌଶଳ ବାବଦରେ ଚାଷୀଙ୍କୁ ଏଠାରେ କରାଯିବ ଅବଗତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ ଦିନିଆ କୃଷି ଓଡିଶା ପ୍ରଦର୍ଶନୀକୁ ଉଦଘାଟନ କରିବା ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।
ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟେକ୍ଷ ବା ପରକ୍ଷ ଭାବରେ କୃଷି ଉପରେ ନିର୍ଭର କରିପାରିବେ। ଯେଉଁଥି ପାଇଁ ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ଲାଭ କରିଥିବା ବେଳେ ଚଳିତ ବର୍ଷ ରାଜ୍ୟ ସରକାର ‘commendation’ ଆୱାର୍ଡ ଲାଭ କରିଛି।
କୃଷି କ୍ଷେତ୍ରରେ ରାଜ୍ୟ ସରକାର ପ୍ରଗତିର ଏକ ପ୍ରତିଛବି ଜନସାଧାରଣଙ୍କ ପାଖରେ ତୋଳି ଧରିବା ସହ ରାଜ୍ୟର କୃଷକ ମାନକୁ କୃଷି କ୍ଷେତ୍ରରେ ଘଟୁଥିବା ଓ ପ୍ରୟୋଗ ହେଉଥିବା ନୂତନ ଜ୍ଞାନ କୌଶଳ ସହିତ ପରିଚିତ କରାଇବା ଲକ୍ଷ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ’ କୃଷି ଓଡିଶା’ ଅୟୋଜନ କରାଯାଉଛି। ଚଳିତ ବର୍ଷ କୃଷି ଓଡିଶାକୁ କୃଷକ ମାନଙ୍କ ପାଇଁ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯାଇଛି।
ତେବେ ଏହି କୃଷି ଓଡ଼ିଶାରେ ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି। ଏଥିରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରାୟ ୧୧୨ଟି କମ୍ପାନୀ ଯୋଗଦେବେ। ଚଳିତ ବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ଜାତୀୟ ବ୍ୟାଙ୍କ, ପଂଚାୟତିରାଜ ଜନପ୍ରତିନିଧି ଏବଂ ମହିଳାମାନଙ୍କର ଭୂମିକା ଗୁରୁତ୍ବ ପ୍ରଦାନ କରାଯାଇ ୨୧ ତାରିଖରୁ ସମବାୟ ଓ ବ୍ୟାଙ୍ଗୀଙ୍କ ଦିବସ , ୨୨ ତାରିଖକୁ ପଂଚାୟତରାଜ ଜନପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି। ଏଥିରେ ରାଜ୍ୟର ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀ ମାନେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ।