ଦେଶରେ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ଜନତା କର୍ଫ୍ୟୁ । କୋରୋନା ସଚେତନ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଜନତା ପାଳୁଛନ୍ତି କର୍ଫ୍ୟୁ। ନିଜେ ଘରେ ରହି କରୁଛନ୍ତି ନିଜର ସୁରକ୍ଷା । ସକାଳ ୭ଟାରୁ ଆରମ୍ଭ ହୋଇ ଏହା ରାତି ୯ ପର୍ଯ୍ୟନ୍ତ ଚାଲୁ ରହିବ ।

ଫଳରେ ଦୋକାନ ବଜାର ସମେତ ଯାନବାହନ ଚଳାଚଳ, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ଲୋକଙ୍କୁ ଘରେ ନିଜ ନିଜ ପରିବାର ସହ ୧୪ ଘଂଟା ବିତାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମହାମାରୀ ସହ ଏକାଠି ଲଢିବାକୁ ଆଜିର ଦିନଟିକୁ ଜନତାଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଘୋଷଣା କରିଛନ୍ତି ମୋଦି । ବର୍ତମାନ ନେଇଥିବା ଏହି ନିଷ୍ପତି ଭବିଷ୍ୟତରେ ନିଶ୍ଚୟ ସାହାଯ୍ୟକାରୀ ସାଜିବ ବୋଲି କହିଛନ୍ତି ମୋଦି ।