ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ୩୭୦୦ ଟ୍ରେନ୍ ରଦ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ଦେଶବ୍ୟାପି ୩୭୦୦ ଟ୍ରେନର ପରିଚାଳନାକୁ ରଦ୍ଦ କରି ଦିଆଯାଇଛି । ଏଥିରେ ପାସେଞ୍ଜର ସହ ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ ମଧ୍ୟ ସାମିଲ ଅଛି । ରେଳବାଇ ଅନୁସାରେ ଶନିବାର ଓ ରବିବାର ରାତି ୧୦ଟାରୁ କୌଣସି ଷ୍ଟେସନରୁ କୌଣସି ପାସେଞ୍ଜର ଅଥବା ଏକ୍ସପ୍ରେସ ଟ୍ରେନ ଛାଡ଼ିବ ନାହିଁ ।

ରେଳବାଇ ବୋର୍ଡ ଶୁକ୍ରବାର ଜାରି ଏକ ଆଦେଶରେ କହିଛି ଯେ, ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ସିକନ୍ଦରାବାଦରେ ଉପନଗରୀୟ ରେଳ ସେବାରେ ମଧ୍ୟ କଟକଣା ହୋଇଛି । ଆବଶ୍ୟକ ଅନୁସାରେ ଟ୍ରେନ ଚଳାଚଳ କରିବ । ରେଳବାଇ ବୋର୍ଡ ପ୍ରତି ରେଳ ଜୋନକୁ ଏହି ନିଷ୍ପତି ନେବାକୁ ଅଧିକାର ଦେଇଛି । ରବିବାର ଅତିକମରେ କେତୋଟି ଟ୍ରେନ ଚଳାଇବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ଉପରେ ରାଷ୍ଟ୍ରକୁ ନିଜର ସମ୍ବୋଧନ କରିବା ଅବସରରେ କହିଥିଲେ ଯେ, ରବିବାର (ମାର୍ଚ୍ଚ ୨୨) ଜନତା କର୍ଫ୍ୟୁ ପାଇଁ ଆହ୍ୱାନ କରିଥିଲେ । ସେ ଲୋକଙ୍କୁ ରବିବାର ପୂର୍ବାହ୍ନ ୭ଟାରୁ ରାତି ୯ଟା ଯାଏଁ ଘରେ ରହିବାକୁ ପରାମର୍ଶ ଦେଇଥିଲେ । କରୋନାର ସ୍ଥିତି ବଢ଼ିଥିବାରୁ ସେ ଏଭଳି ପରାମର୍ଶ ଦେଇଥିଲେ ।