ସ୍ୟାଣ୍ଡ ଆର୍ଟ ଆନିମେଶନରେ ଜନତା କର୍ଫ୍ୟୁ

ପୁରୀ: ସ୍ୟାଣ୍ଡରେ ଜନତା କର୍ଫ୍ୟୁର ଅଦ୍ଭୁଦ କଳାକୃତି । ପ୍ରଧାନମନ୍ତ୍ରୀ ଆହ୍ୱାନ କ୍ରମେ ଦେଶବାସୀ ପାଳନ କରାଯାଉଥିବା କର୍ଫ୍ୟୁକୁ ବେଶ ଚମତ୍କାର ରୂପେ ନିଜ ସ୍ୟାଣ୍ଡ ଆର୍ଟ ଆନିମେଶନରେ ବଖାଣିଛନ୍ତି ବାଲୁକାଶିଳ୍ପୀ ମାନସ କୁମାର ।

ଜନତା କର୍ଫ୍ୟୁ ଅବସରରେ କୋରୋନା ସଚେତନା ଓ ଚିକିତ୍ସା କ୍ଷେତ୍ରରେ ଅହରହ କାର‌୍ୟ୍ୟରତ ଥିବା କର୍ମଚାରୀଙ୍କ ପାଇଁ ତାଳି, ଘଂଟି, ଶଙ୍ଖ ଫୁଙ୍ଗି ସମର୍ଥନ ଜଣାଇବାକୁ ମୋଦି ଅନୁରୋଧ କରିଥିଲେ । ତେବେ ଏହାକୁ ମଧ୍ୟ ସ୍ୟାଣ୍ଡ ଆର୍ଟ ଆନିମେଶନରେ ଦର୍ଶାଇଛନ୍ତି ବାଲିକାଶିଳ୍ପୀ । ଏପରିକି ଏହି କର୍ଫ୍ୟୁକୁ ମାନି ସୁରକ୍ଷିତ ଓ ସଚେତନ ରହିବାକୁ ମଧ୍ୟ ଆହ୍ୱାନ କରିଛନ୍ତି ମାନସ ।