ଥରିଲା ଜମ୍ମୁ-କାଶ୍ମୀରର ରାଜୌରୀ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ରାଜୌରୀରେ ଭୂ-କମ୍ପ ଝଟକା ଅନୁଭବ ହୋଇଥିବା ଆଜି ଜଣାପଡ଼ିଛି। ଭୂ-କମ୍ପର ଝଟକା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୨ମିନିଟରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୪.୩ ରହିଛି। ବର୍ତମାନ ସୁଦ୍ଧା କୌଣସି ଜୀବନହାନୀ ହୋଇଥିବା ନେଇ ସୂଚନା ମିଳିନାହିଁ। ଗତ କିଛି ଦିନ ମଧ୍ୟରେ ଜମ୍ମୁ-କାଶ୍ମୀର ଅନେକ ଥର ଭୂ-କମ୍ପର ଝଟକା ଅନୁଭବ ହୋଇଛି।

ସୂଚନା ଯୋଗ୍ୟ, ଭାରତର ବିଭିନ୍ନ ଅଂଚଳରେ ଲଗାତାର ଭୂ-କମ୍ପର ଝଟକା ଅନୁଭବ ହେଉଛି। ଅରୁଣାଂଚଳ ପ୍ରଦେଶରେ ମଧ୍ୟ ଭୂ-କମ୍ପ ଝଟକା ଦେଖା ଯାଇଛି, ମାତ୍ର ଏଠାରେ କୌଣସି ଜୀବନହାନୀ ହୋଇନଥିବା ଜଣାପଡ଼ିଛି। ଏହାସହ ଇଣ୍ଡୋନେସିଆ ଓ ସିଙ୍ଗାପୁରରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୬ରୁ ଅଧିକ ରହିଥିଲା ବୋଲି ଜଣାପଡ଼ିଛି।