ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଜମ୍ମୁ-କଶ୍ମୀର ପୋଲିସ୍ ହାଇଆଲର୍ଟ ଜାରି କରିଛି । ଏଭଳି ସ୍ଥିତିରେ କୌଣସି ଆତଙ୍କବାଦୀ ଘଟଣା ନ ହେଉ ଏଥିପାଇଁ ପୋଲିସ୍ ଆତଙ୍କବାଦୀଙ୍କ ପୋଷ୍ଟର ଜାରୀ କରିଛି । ଏହାସହ ଆତଙ୍କବାଦୀଙ୍କ ବିଷୟରେ କହିବା ଲୋକକୁ ପୁରସ୍କାରରେ ସରକାରୀ ଚାକିରୀ ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି । କିସ୍ତୱାଡ୍ ପୋଲିସ୍ ତରଫରୁ ସହରର ଅନେକ ସ୍ଥାନରେ ପୋଷ୍ଟର ଲଗାଇ ଆତଙ୍କବାଦୀଙ୍କ ଖବର ଦେବା କିମ୍ବା ଜୀବିତ ତଥା ମୃତ ରୁପରେ ଧରିଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବା କଥା ମଧ୍ୟ ଘୋଷଣା କରାଯାଇଛି । ଏହି ପୋଷ୍ଟରରେ ମୋଟ ୭ ଜଣ ଆତଙ୍କବାଦୀଙ୍କ ଫଟୋ ରହିଛି । ଯେଉଁଥିରେ କୁଖ୍ୟାତ ଏଚଏମ୍ ଗୁଟ୍ ଆତଙ୍କବାଦୀ ମହମ୍ମଦ ଅମିନ୍ ତଥା ଜାହାଙ୍ଗୀର ମଧ୍ୟ ସାମିଲ୍ ରହିଛି । ଏହାଛଡା ପୋଷ୍ଟରରେ ଅହମ୍ମଦ ତଥା ହଜାରୀ ,ଓସାମା ବିନ୍ ଜାବେଦ୍ ତଥା ଓସାମା,ମୁଦ୍ଦସିର ହୁସେନ୍ ,ତାଲିବ୍ ହୁସେନ୍,ଜମାଲଦିନ୍ ଏବଂ ଜୁନେଦ୍ ଅକରମଙ୍କ ନାମ ରହିଛି । ବ୍ୟାନରରେ କୁହାଯାଇଛି ଯେ ଯେ କେହିବି ଏମାନଙ୍କ ବିବରଣୀ ଦେବ ତାଙ୍କ ନାମ ଗୁପ୍ତ ରଖାଯିବ ।
Prev Post