ହିଜବୁଲର ତିନି ଆତଙ୍କୀ ଉପରେ ୩୦ ଲକ୍ଷର ପୁରସ୍କାର ରାଶି ଘୋଷଣା କଲା ପୁଲିସ

ନୂଆଦିଲ୍ଲୀ:ଉପତ୍ୟକାରୁ ଆତଙ୍କବାଦକୁ ମୂଳରୁ ଓପାଡିବା ପାଇଁ ସେନା ଏବଂ ଜମ୍ମୁ-କଶ୍ମୀର ପୁଲିସ ଅଣ୍ଟା ଭିଡିଛି । ଏହି କ୍ରମରେ କିସ୍ତୱାରରେ ପୁଲିସ ହିଜବୁଲ ମୁଜାହିଦୀନର ତିନି ଆତଙ୍କବାଦୀଙ୍କ ନାଁରେ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଏଥିରେ ମୋହମ୍ମଦ ଅମୀନ ଉପରେ ୧୫ ଲକ୍ଷ, ରିଜାୟ ଅହମଦ ଏବଂ ମୁଦାସିର ହୁସେନ ଉଭୟଙ୍କ ଉପରେ ସାଢେ ସାତ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । 

ପୁଲିସ ଏହି ତିନି ଆତଙ୍କବୀଦଙ୍କୁ ଦୀର୍ଘ ଦିନରୁ ଖୋଜୁଛି । ପୁଲିସ ଅନୁସାରେ, ଏହି ଆତଙ୍କୀମାନଙ୍କ ବିଷୟରେ ସୂଚନା ଦେଇଥିବା ବ୍ୟକ୍ତିର ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ । ଉଲ୍ଲେଖଯୋଗ୍ୟ ଏହି ତିନି ଆତଙ୍କବାଦୀ ଉପତ୍ୟକାରେ ହୋଇଥିବା ଅନେକ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ ଅଛନ୍ତି । ତିନି ଆତଙ୍କୀ ହିଜବୁଲ ମୁଜାହିଦୀନ ପାଇଁ କାମ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀନଗରର କାକା ସରାୟ ଅଞ୍ଚଳରେ ଶନିବାର ଦିନ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନଡରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୬ ଜଣ ଯବାନ ଆହାତ ହୋଇଥିଲେ । ଏହାର ଦୁଇ ଦିନ ପୂର୍ବେ ଜମ୍ମୁ କଶ୍ମୀର କୁଳଗାମ ଜିଲ୍ଲାରେ ବୁଧବାର ସଂଧ୍ୟାରେ ଆତଙ୍କୀମାନେ ସିଆରପିଏଫ ଯବାନଙ୍କ ଏକ ଟିମ ଉପରେ ଗ୍ରେନଡ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କେନ୍ଦ୍ରୀୟ ସୁରକ୍ଷା ବଳର ଜଣେ ଯବାନ ଆହତ ହୋଇଥିଲେ ।