ଭାରତରେ ୱେବସାଇଟ୍ ବ୍ୟାନ କଲା ପାକ୍ ସେନା

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରରେ ବୃଦ୍ଧି ପାଉଥିବା ସସପେନ୍ସ ମଧ୍ୟରେ ପାକିସ୍ତାନକୁ ଭୟ ଘାରିବାରେ ଲାଗିଛି । ପାକ୍ ସେନା ତାହାର ନିଜସ୍ୱ    ୱେବସାଇଟକୁ ଭାରତରେ ବ୍ୟାନ କରିଛି । ଏହାର ଅର୍ଥ ହେଉଛି ଯେ କୌଣସୀ ଭାରତୀୟ ପାକିସ୍ତାନୀ ସେନାର ସାଇଟରେ କିଛି ଦେଖିପାରିବେ ନାହିଁ । ଏହି ସାଇଟ ଖୋଲିଲେ ଏରର ବୋଲି ସୋ କରୁଛି । ଯେଉଁଥିରେ ଆଡମିନ୍ ନିର୍ଦ୍ଦିଷ୍ଟ ଦେଶ ଉପରେ ଏହାର ବ୍ୟାନ ଲଗାଇଥିବା ଲେଖାଯାଇଛି ।

ପାକିସ୍ତାନ ଓ ଭାରତ ମଧ୍ୟରେ ଏବେ ଉତେଜନା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତକୁ କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିଲେ । ସେ ଟ୍ୱିଟରେ କହିଥିଲେ, ଏବେ ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତା କରିବାର ସମୟ ଆସି ଯାଇଛି । ଏପରିକି ଭାରତୀୟ ସେନା ପାକ୍ ସୀମାରେ କ୍ଲଷ୍ଟର ବୋମା ବ୍ୟବହାର କରୁଥିବା ସେ ମିଛ ଅଭିଯୋଗ ଲଗାଇଥିଲେ ।