ଶ୍ରୀନଗରରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ସତ୍ୟପାଲ ମଲିକ

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ୭୩ତମ ସ୍ୱାଧିନତା ଦିବସ ଉପଲକ୍ଷେ ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ଶେ-ଏ-କାଶ୍ମୀର ଷ୍ଟାଡିୟମରେ ଜାତୀୟ ପତାକା ଉତୋଳନ କରିଛନ୍ତି । ଷ୍ଟାଡିୟମରେ ସ୍ୱାଧିନତା ଦିବସ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାରୋହରେ ରାଜ୍ୟପାଳଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହାସହ ଅଧିକ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ରାଜ୍ୟପାଳ କହିଥିଲେ, ଜମ୍ମୁ-କାଶ୍ମୀରର ଲୋକଙ୍କ ପରିଚୟ ଆଉ ବିପଦରେ ନାହିଁ । ଏଥିରେ କୌଣସୀ ଦୁର୍ନୀତି କରାଯାଇ ନାହିଁ । ଭାରତୀୟ ସମ୍ବିଧାନ ବିଭିନ୍ନ ଆଂଚଳିକ ପରିଚୟକୁ ମଧ୍ୟ ଗୁରୁତ୍ୱ ଦେଇଥାଏ  ।

ଏତତ୍ ବ୍ୟତୀତ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଲେହରେ ଆୟୋଜିତ କାର୍ଯ୍ୟକ୍ରମ ଲୋକଙ୍କୁ ଆକୃଷ୍ଟ କରିଥିଲା । ହଜାର ହଜାର ସଂଖ୍ୟାରେ ଜନସାଧାରଣ ସେଠାରେ ଯୋଗଦେଇଥିଲେ । ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀର ଓ ଲଦାଖର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଉପରେ ସାରା ଦେଶ ନଜର ରଖିଥିଲା । ଶ୍ରୀନଗରରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଭୂୟସୀ ପ୍ରଶଂସା କରିଥିଲେ ।