ସେନାର ବଡ଼ ସଫଳତା: ୮ ଆତଙ୍କବାଦୀ ନିପାତ

ଶ୍ରୀନଗର : ଦକ୍ଷିଣ କାଶ୍ମୀରରେ ସେନାଙ୍କୁ ବଡ଼ ସଫଳତା ମିଳିଛି । ସେଠାରେ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିପାତ ହୋଇଛନ୍ତି । ୮ ଆତଙ୍କବାଦୀ ମଧ୍ୟରେ ସୋପିଆନରେ ୫ ଓ ପାମ୍ପୋରରେ ୩ ଆତଙ୍କବାଦୀ ଟଳିଛନ୍ତି । ଏଥିସହିତ ସେଠାରେ ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ପୋରକ, ଏକେ-୪୭ ଓ ଇନ୍‌ସାସ୍ ରାଇଫଲ୍ ଜବତ କରାଯାଇଛି ।

ଡିଜିପି ଦୀଲବାଗ୍ ସିଂହ କହିଛନ୍ତି, ପାମ୍ପୋର ସ୍ଥିତ ମୀଜ ଠାରେ ଗତକାଲି ରାତିରୁ ସର୍ଚ୍ଚ ଅପେରସନ୍ ଜାରି ରହିଥିଲା । ସୁରକ୍ଷାକର୍ମୀ ଓ ପୁଲିସ ପକ୍ଷରୁ ଚାଲିଥିଲା ଏହି ସର୍ଚ୍ଚଅପେରସନ୍ । ଏହା ଏକ ବଡ଼ ଅଟାଳିକା ହୋଇଥିବାରୁ ସର୍ଚ୍ଚ ଅପେରସନ୍‌କୁ ବେଶ ଯୋଜନାବଦ୍ଧ ଭାବେ କରାଯାଇଥିଲା । ଆଜି ସକାଳୁ ଅପେରସନ୍‌କୁ ଜୋରଦାର କରାଯାଇଥିଲା । ପ୍ରଥମେ ପାମ୍ପୋର ଠାରେ ୩ଜଣ ଆତଙ୍କବାଦୀଙ୍କୁ ସଫା କରାଯାଇଥିଲା । ସେହିପରି ଶୋପିଆଁରେ ୫ ଆତଙ୍କବାଦୀଙ୍କୁ ସଫା କରାଯାଇଛି । ତଥାପି ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପେରସନ୍ ଜାରି ରହିଥିବା ସେ କହିଛନ୍ତି ।