ଆଜି ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ହେବ ଶୁଣାଣି

ନୂଆଦିଲ୍ଲୀ: ଧାରା ୩୭୦ ହଟିବା ପରେ ଆଜି ଜମ୍ମୁ-କାଶ୍ମୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ସୁପ୍ରିମକୋର୍ଟ ଆଜି ଧାରା ୩୭୦କୁ ନେଇ ଦାୟର ହୋଇଥିବା ୧୦ଟି ଯାଚିକା ଉପରେ ଶୁଣାଣି କରିବେ । କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦କୁ ହଟାଇ ଦେଇଥିଲେ । ଅନେକ ସଂଗଠନ, ନେତା ଏହି ନିଷ୍ପତିକୁ ବିରୋଧ ମଧ୍ୟ କରିଥିଲେ ।

କିନ୍ତୁ ଏହି ସମସ୍ତ ପ୍ରସଙ୍ଗ ଭିନ୍ନ ଅଟେ । କିଛି ଯାଚିକା ଧାରା ୩୭୦ ଉଚ୍ଛେଦ ବିରୋଧରେ ରହିଛି । ଆଉ କିଛି ଜମ୍ମୁ-କାଶ୍ମୀରର ପୂନର୍ଗଠନ ଓ ଘାଟିରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ରହିଛି । ସିଜେଆଇ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ଏହି ସମସ୍ତ ଯାଚିକା ଉପରେ ଶୁଣାଣି କରିବେ ।

ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏଥିରେ କାଶ୍ମୀର ପାଇଁ ଘୋଷଣା ହୋଇପାରେ । ସରକାର କିଛି ବଛାବଛା ସେକ୍ଟରରେ ବିଦେଶୀ ନିବେଶ ନେଇ ସର୍ତକୁ କୋହଳ କରିବା ପାଇଁ ନିଷ୍ପତି ନେଇପାରନ୍ତି । ଏଥିରେ ସିଙ୍ଗଲ ବ୍ରାଣ୍ଡ, ରିଟେଲ ସେକ୍ଟର, କୋଲ ସେକ୍ଟର ଏବଂ ଡିଜିଟାଲ ମିଡିଆ ଆଦି ସାମିଲ ଅଛି । ଏହି ବୈଠକ ଅପରାହ୍ନ ୪ଟାରେ ବସିବ ।