ପାକିସ୍ତାନ କଲା ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକ୍ ସୈନିକ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୀମାରେ ପୁଣିଥରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଫଳରେ ଏହାର କଡା ଜବାବ ଦେଇଛନ୍ତି ଭାରତୀୟ ସୈନ୍ୟ । ଯଦ୍ୱାରା ୨ ଜଣ ପାକ୍ ସୈନ୍ୟ ନିହତ ହୋଇଥିବା ଜଣାପଡିଛି ।

ପଲାଂବାଲା ସେକ୍ଟରରେ ପାକିସ୍ତାନୀ ସେନା ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଭାରତୀୟ ସେନା ଏହାର ଜବାବ ଦେଇଛି। ଏହି ଜବାବ ମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ ଜଣ ସୈନିକ ନିହତ ହୋଇଛନ୍ତି। ଏକ ସେନା ପୋଷ୍ଟ ମଧ୍ୟ ଧ୍ଵଂସ ହୋଇଯାଇଛି। ଏନଆଇଏ ମୁତାବକ, ଜମ୍ମୁ କାଶ୍ମୀରର ତଙ୍ଗଧାରରେ କଞ୍ଝଲବାଲ ଅଂଚଳରେ ପାକିସ୍ତାନ ଗୁଳିବର୍ଷା କରିଥିଲା।