୫ହୁରିୟତ୍ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହୃତ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତି ନିଆଯାଇଛି । ଜମ୍ମୁ-କଶ୍ମୀରର ୫ଜଣ ହୁରିୟତ୍ ନେତାଙ୍କ ସୁରକ୍ଷାକୁ ସରକାର ଉଠାଇ ନେଇଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି(ସିସିଏସ୍) ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା କଶ୍ମୀରର ଅଲଗାବବାଦିଓଁରୁ ସରକାରୀ ଗାଡି ଓ ସୁରକ୍ଷା ବଳୟକୁ ଉଠାଇ ନିଆଯିବ । ଯେଉଁ ନେତାମାନେ ସରକାରୀ ସୁବିଧା ନେଇ ରହୁଛନ୍ତି, ସେମାନଙ୍କଠାରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉଠାଇ ନିଆଯିବ । ଏହି ନେତାମାନଙ୍କ ମଧ୍ୟରେ ମିଖାୟଜ୍ ଉମର୍ ଫାରୁଖ୍, ଅବଦୁଲ ଗନ୍ନି ଭଟ୍ଟ, ବିଲାଲ୍ ଲୋନ୍, ହାସିମ୍ କୁରେଶି ଏବଂ ଶବିର ଶାହଙ୍କ ନାମ ସାମିଲ ରହିଛି । ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ପାକିସ୍ତାନ ଓ ଆଇଏସଆଇରୁ ଆର୍ଥିକ ସ୍ତରରେ ସହାୟତା ନେଉଥିବା ନେତାଙ୍କ ଉରେ ସରକାରୀ ସ୍ତରରେ ସୁରକ୍ଷା ପାଇଁ ବିଚାର କରାଯିବ । ସୂଚନାଯୋଗ୍ୟ ଯେ, ଅଲଗାବବାଦୀ ନେତାଙ୍କ ସୁରକ୍ଷା ଉପରେ ସରକାର ବାର୍ଷିକ ୧୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।