ଅମରନାଥ ଯାତ୍ରା ବାତିଲ ପ୍ରତ୍ୟାହାର; ଜୁନ୍ ୨୩ରୁ ଆରମ୍ଭ ହୋଇପାରେ

ଜମ୍ମୁ: କରୋନାକୁ ନେଇ ଜୁନ୍ ୨୩ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ବାତିଲ ହୋଇଥିବାବେଳେ ତାହା ପ୍ରତ୍ୟାହାର କରାଯାଇଛି । ପରିସ୍ଥିତି ଖରାପ ଥିବାରୁ ଗତକାଲି ରାଜଭବନରେ ଆୟୋଜିତ ୩୮ତମ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ଉପରାଜ୍ୟପାଳ ତଥା ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି)ର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ଏଭଳି ନିଷ୍ପତି ନେଇଥିବା ବେଳେ କିଛି ଘଂଟା ପରେ ଏହି ଆଦେଶକୁ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି |

ବାର୍ଷିକ ଅମରନାଥ ଯାତ୍ରା ବୁଧବାର ଦିନ ବାତିଲ କରାଯାଇଥିବା ଘୋଷଣା ପରେ ଜମ୍ମୁ-କଶ୍ମୀର ସୂଚନା ନିର୍ଦ୍ଦେଶାଳୟ ବାତିଲ ଆଦେଶକୁ ନେଇ ଜାରି କରିଥିବା ପ୍ରେସ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଥିବା ଦେଖାଯାଇଛି । ଏଭଳି ହେବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ |