ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର

ଷ୍ଟକହୋମ:ନୋବେଲ ପୁରସ୍କାର ଦ୍ୱିତୀୟ ଦିନ ମଙ୍ଗଳବାରରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ବ୍ରହ୍ମାଣ୍ଡର ରହସ୍ୟ ଉଜାଗର କରିବା ପାଇଁ ଜେମ୍ସ ପିବଲ୍ସ, ମାଇକେଲ୍‌ ମେୟର ଓ ଡିଡିଅର କ୍ୱେଲଜଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । 

ପଦାର୍ଥ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଦିଆଯିବ । ଜେମ୍ସ ପିବଲ୍ସଙ୍କୁ ଭୌତିକ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାତ୍ତ୍ବିକ ଆବିଷ୍କାର ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଜେମ୍ସ ପିବଲ୍ସଙ୍କୁ ନୋବେଲ ପୁରସ୍କାରର ଅଧା ରାଶି ମିଳିବ । ସେହପରି ସୌରମଣ୍ଡଳ ବାହାରେ ସୂର୍ଯ୍ୟପରି ପରିକ୍ରମଣ କରୁଥିବା ତାରାର ଆବିଷ୍କାର ପାଇଁ ମେୟର ଓ ଡିଡିଅର କ୍ବେଲଜଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଅଧା ରାଶି ଦିଆଯିବ । ପିବଲ୍ସ କାନାଡରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ଆମେରିକୀୟ ବାସିନ୍ଦା ହୋଇଥିଲେ । ମେୟର ଓ କ୍ୱେଲଜ ସ୍ୱିଜରଲ୍ୟାଣ୍ଡର ବାସିନ୍ଦା ।